Below header

ଜାଲରେ ପଡିଲା ୩୨ କିଲୋ ଓଜନର ତେଲିଆ ମାଛ, ଯାହାର ଦାମ୍ ୩ ଲକ୍ଷ ଟଙ୍କା

ଚାନ୍ଦବାଲି(କେନ୍ୟୁଜ୍): ଗୋଟିଏ ମାଛର ଦାମ୍‌ ୩ ଲକ୍ଷ ଟଙ୍କା । ଏହି ଦାମି ମାଛର ନାଁ ହେଉଛି ତେଲିଆ ମାଛ । ପ୍ରାୟ ୩୨ କିଲୋ ଓଜନର ଏହି ମାଛଟି ଭଦ୍ରକ ଜିଲ୍ଲା ଧାମରା ଚାନ୍ଦିନୀପାଳ ମାଛଧରା ଜେଟିରେ ବିକ୍ରି ହୋଇଛି। ଏହି ମାଛ ସହଜରେ ଜାଲରେ ପଡେନି ।

ମାଛ ଧରାଯିବା ପରେ ଏହାକୁ କୋଲକାତାର ଏକ କମ୍ପାନୀ ୩ଲକ୍ଷ ୧୦ହଜାର ଟଙ୍କାରେ ଏହି ତେଲିଆ ମାଛକୁ କିଣିଛି। ମାଛର ପୁଟିରେ ରହିଥିବା ଔଷଧୀୟ ଗୁଣ ଯୋଗୁ ବାହାର ଦେଶକୁ ପଠାଯାଇଥାଏ । ଚାନ୍ଦବାଲିରେ ମତ୍ସ୍ୟଜୀବୀଙ୍କ ମନ କୁଣ୍ଢେମୋଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.