ଆଜି ରାଜ୍ଯରେ ୩୫୬ କରୋନା ପଜିଟିଭ୍ ଚିହ୍ନଟ, ଗଲା ୩ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ଯରେ ଆଜି ୩୫୬ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୯୯, ଏବଂ ଲୋକାଲ୍ କେସରୁ ୧୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ହଜାର ୮୬୧କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୨୦ ହଜାର ୯୪୭। ଆକ୍ଟିଭ କେସ୍‌ ରହିଛି ୩ ହଜାର ୦୨୯।

ଅନ୍ଯପଟେ ଆଜି ରାଜ୍ଯରେ ଗଲା ୩ଜଣ କରୋନା ସଂକ୍ରମିତଙ୍କ ଜୀବନ।  ଏମାନଙ୍କ ଭିତରୁ ଜଗତସିଂହପୁର,ପୁରୀ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୩୨କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.