‘କନଫିଣ୍ଡେନ୍ସ ଲେବଲ୍ ପୁରା ହାଏ’, ବିଶାଳକାୟ ମଇଁଷିକୁ ଏମିତି ଡରାଇଲା ଛୋଟ କୁକୁର ଯେ …, ଦେଖନ୍ତୁ ଭିଡିଓ

ସୁନୀଲ ଗ୍ରୋଭର ନିଜର ଦମଦାର କମେଡି ପାଇଁ ବେଶ୍ ଜଣାଶୁଣା। କପିଲ ଶର୍ମା ଶୋ’ରେ ତାଙ୍କର କମେଡି ଅନ୍ଦାଜ ଦେଖି ଫ୍ଯାନ ପୁରା ପାଗଳ। ଏବେ କପିଲ ଶର୍ମା ଶୋ’ରେ ସେ ନଜର ଆସୁନାହାନ୍ତି, କିନ୍ତୁ ଲୋକ ତାଙ୍କ ପୁରୁଣା ଭିଡିଓକୁ ପାଗଳ ଭଳି ଦେଖୁଛନ୍ତି। କେବଳ କମେଡି ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ ଥାଆନ୍ତି ସୁନୀଲ ଗ୍ରୋଭର। ଏବେ ସୁନୀଲ ଏମିତି ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖିଲେ ଆପଣ ମଧ୍ୟ ହସି ହସି ଗଡିଯିବେ।

 

View this post on Instagram

 

A post shared by Sunil Grover (@whosunilgrover)

ସୁନୀଲ ସେୟାର କରିଥିବା ଭିଡିଓରେ ଗୋଟେ ଛୋଟ କୁକୁରଙ୍କୁ ମଇଁଷି ସାମ୍ନାରେ ନିଜ ସାହସର ପରିଚୟ ଦେଇଛି। ଭିଡିଓରେ ଗୋଟେ ଛୋଟ କୁକୁରକୁ ମଇଁଷି ପଛପଟୁ ଆସି ଡରାଇବାକୁ ଚେଷ୍ଟା କରୁଛି କିନ୍ତୁ କୁକୁର ମଇଁଷିକୁ ଭୟ ନ କରି ବରଂ ତାକୁ ଡରାଇବାକୁ ଚେଷ୍ଟା କରୁଛି। କୁକୁର ଏମିତି ଡରଉଛି, ତାହାକୁ ଦେଖି ମଇଁଷି ଦୌଡିକୁ ଜଙ୍ଗଲକୁ ପଳାଉଛି। ଏହି ଭିଡିଓକୁ ସେୟାର କରି ସୁନୀଲ ଗ୍ରୋଭର ଲେଖିଛନ୍ତି ‘ ସାହସ ମାନିବାକୁ ପଡିବ ଟୋକାର‘। ଏହି ଭିଡିଓକୁ ଫ୍ଯାନ ଦେଖି ଅନେକ ରିଆକ୍ସନ ଦେଉଛନ୍ତି। ଏହି ଭିଡିଓକୁ ୧ ହଜାର ଭ୍ଯୁ ମିଳିଥିବା ବେଳେ ସେୟାର ମଧ୍ୟ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.