Below header

ମେକାନିକ କରୁଥିଲା ବାଇକ ଚୋରି, ମାଷ୍ଟରମାଇଣ୍ଡ ଲୁଟେରାଙ୍କ ସହ ୩ ଜଣଙ୍କୁ ଗିରଫ କଲା ପୋଲିସ

ରାଜଧାନୀରେ ବଡ଼ ଧରଣର ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ। ୪ ଜଣ ବାଇକ ଲୁଟେରାଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏମ୍‌ ସୁକାନ୍ତ ରେଡ୍ଡୀ । ସେ ପେଶାରେ ଜଣେ ମେକାନିକ ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବଡ଼ ଧରଣର ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ। ୪ ଜଣ ବାଇକ ଲୁଟେରାଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏମ୍‌ ସୁକାନ୍ତ ରେଡ୍ଡୀ । ସେ ପେଶାରେ ଜଣେ ମେକାନିକ । ଅନ୍ୟ ୩ ଅଭିଯୁକ୍ତ ହେଲେ ସୌମିତ୍ରା ଦାସ, ଗୁଣଧର ମିର୍ଦ୍ଧା ଓ ସୋମନାଥ ଦାସ । ସେମାନଙ୍କ ଘର ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳରେ। ହାଟ ଓ ଫରେଷ୍ଟ ପାର୍କ ବାଇକ ପାର୍କିଂରୁ ବାଇକ ଚୋରି କରୁଥିଲେ । ଆଉ ଏହି ବାଇକ ଡକାୟତିରେ ବ୍ୟବହାର ହେଉଥିଲା ।

ଗ୍ୟାଙ୍ଗ ରେକି କରିବା ପରେ ଚୋରି କରୁଥିଲା । ଚୋରି ଗାଡିର ଦାମୀ ପାର୍ଟ ଗୁଡିକୁ ଅଲଗା ଅଲଗା କରି ବିକ୍ରି କରୁଥିଲେ । ଏହି ଗ୍ୟାଙ୍ଗ ମୋଟ୍‌ ୪୦ଟି ବାଇକ ଚୋରି କରିଥିବା ଜଣାପଡିଛି । ସେମାନଙ୍କ ନିକଟରୁ ୧୬ଟି ବାଇକ ଓ ଅନ୍ୟ ୧୭ଟି ବାଇକର ବିଭି୍‌ନ୍ନ ପାର୍ଟ ଜବତ କରାଯାଇଛି।ଏ ଥିପାଇଁ ଲୋକମାନେ ପାର୍କିଂ କରିବା ବେଳେ ଡବଲ ଲକ କିମ୍ବା ଚେନ ଲକ ବ୍ୟବହାର କରିବାକୁ ଲୋକଙ୍କୁ ଭୁବନେଶ୍ୱର ଡିସିପି ଅପିଲ କରିଛନ୍ତି । ଭୁବନେଶ୍ୱରର କବାଡିଆଙ୍କ ଡାଟା ବେସ ତିଆରି ହେବ। ଭଙ୍ଗା ସାମଗ୍ରୀ ରିସିଭ ନେଇ କବାଡ଼ିଆଙ୍କ ଉପରେ ନଜର ରଖାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.