Below header

ବରାରେ ସୋଡ଼ା ବଦଳରେ ଭୁଲରେ ପକେଇ ଦେଇଥିଲେ ସାର: ୨ ବର୍ଷର ଶିଶୁ ସହ ଘରର ୪ଜଣ ଗୁରୁତର

ବରା ଖାଇ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି । ଆଉ ଗୁରୁତରଙ୍କ ଭିତରେ ୨ ବର୍ଷର ଶିଶୁ ସହ ଅନ୍ୟ ୪ଜଣ ଅଛନ୍ତି । ଗଜପତି କାଶୀନଗର ବ୍ଲକ ଏସ.ବୁରୁଡ଼ି ଗାଁରେ ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗଜପତି (କେନ୍ୟୁଜ): ଶୀତୁଆ ପାଗରେ ଗରମ ଗରମ ଚା ସହିତ ଟିକେ ଚଟପଟି ଖାଇବାର ମଜା ଭାରି ନିଆରା । ବିରି ବରା ହେଉ କି ବେସନ ଛଣା ପକୁଡି ଶୀତରେ ଏସବୁ ଖାଇବାର ଖୁସି ଯିଏ ଖାଇଛି ସିଏ ଜାଣିଛି । ତେବେ ଏସବୁ ମଜାଳିଆମି ଭିତରେ ଘଟିଯାଇଛି ଏକ ଗୁରୁତର ଘଟଣା । ସାମାନ୍ୟ ଅସାବଧନା ପାଇଁ ଆଜି ଚାଲିଯାଇଥାନ୍ତା ଜୀବନ । ହଁ ଦର୍ଶକବନ୍ଧୁ ଏମିତି ଏକ ଘଟଣା ଘଟିଛି ଗଜପତି କାଶୀନଗର ବ୍ଲକ ଏସ.ବୁରୁଡ଼ି ଗାଁରେ ।

ବରା ଖାଇ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି । ଆଉ ଗୁରୁତରଙ୍କ ଭିତରେ ୨ ବର୍ଷର ଶିଶୁ ସହ ଅନ୍ୟ ୪ଜଣ ଅଛନ୍ତି । ଗଜପତି କାଶୀନଗର ବ୍ଲକ ଏସ.ବୁରୁଡ଼ି ଗାଁରେ ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ସୂଚନା ମିଳିଛି ଘରେ ବରା ତିଆରି ପାଇଁ ପ୍ରସ୍ତୁତି ଚାଲିଥିବା । ଏହି ସମୟରେ ସଞ୍ଜିତା ଗମାଙ୍ଗ ବିରିରେ ସବୁ ସାମଗ୍ରୀ ପକାଇ ଥିଲେ । ପିଆଜ, ଲଙ୍କା,ଲୁଣ, ଖାଇବା ସୋଡା ଆଦି ପକାଇ ବରାକୁ ଛାଣି ସମସ୍ତଙ୍କୁ ପରଷି ଦେଇଥିଲେ ଏବଂ ନିଜେ ମଧ୍ୟ ଖାଇଥିଲେ । ହେଲେ ସଞ୍ଜିତା ଜାଣିନଥିଲେ ଯେ ସେ ଖାଇବା ସୋଡା ଭାବି ବରାରେକ ପକାଇଥିବା ପାଉଡରଟି ପ୍ରକୃତରେ ସୋଡା ନୁହେଁ ବରଂ ବିଷାକ୍ତ ସାର ।

ତେବେ ବରା ଖାଇବା ପରେ ସମସ୍ତଙ୍କ ଅବସ୍ଥା ବିଗିଡିବାକୁ ଲାଗିଥିଲା । ସଭିଏଁ ଅଚେତ ହୋଇଯାଇଥିଲେ । ଗୁରୁତର ମାନଙ୍କୁ ପ୍ରଥମେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ବସ୍ଥା ଅଧିକ ଖରାପ ହେବାରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଅଭିଯୋଗ ଅନୁଯାୟୀ, ବରାରେ ସୋଡ଼ା ବଦଳରେ ଭୁଲବଶତଃ ସାର ବ୍ୟବହାର କରିଥିବାରୁ ଏଭଳି ଅଘଟଣ ଘଟିଛି । ଏପଟେ ୪ ଜଣ ଗୁରୁତରଙ୍କ ଅବସ୍ଥା ସୁଧୁରିଥିବାବେଳେ ସଭିଏଁ ସୁସ୍ଥ ଅନୁଭବ କରୁଛନ୍ତି । ନିଜେ ADM ଅସୁସ୍ଥଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ । ଯାହା ହେଉ ଭଗବାନଙ୍କ କୃପାକୁ ଏକ ବଡ ଅଘଟଣ ଘଟୁଘଟୁ ଅଳ୍ପକେ ବର୍ତ୍ତିଗଲା ଜୀବନ । ଠିକ୍ ସମୟରେ ଉଚିତ୍ ଚିକିତ୍ସା ପାଇଥିବାରୁ ଏବେ ସମସ୍ତ ଗୁରୁତରଙ୍କ ଅବସ୍ଥାରେ ସୁଧାର ଆସିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.