ଭିଜିଲାନ୍ସ ଜାଲରେ MVI, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ MVI । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ MVI ପଞ୍ଚାନନ ବେହେରାଙ୍କ ଘରେ ଚଢ଼ାଉ । ନୟାଗଡ଼ ସହ ନିଶ୍ଚିନ୍ତକୋଇଲି ସ୍ଥିତ ବାସଭବନ ଓ ଅଫିସ ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ୍ ଚାଲିଛି ।

ନୟାଗଡ଼ (କେନ୍ୟୁଜ): ଭିଜିଲାନ୍ସ ଜାଲରେ MVI। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ MVI ପଞ୍ଚାନନ ବେହେରାଙ୍କ ଘରେ ଚଢ଼ାଉ। ନୟାଗଡ଼ ସହ ନିଶ୍ଚିନ୍ତକୋଇଲି ସ୍ଥିତ ବାସଭବନ ଓ ଅଫିସ ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ୍ ଚାଲିଛି। ପଞ୍ଚାନନ ବେହେରାଙ୍କର ଭୁବନେଶ୍ବର ଶୈଳଶ୍ରୀ ବିହାରରେ ଦୁଇ ମହଲା ଘର ଓ ପାଣ୍ଡରାରେ ଅଛି ଘର ।

ନୟାଗଡ଼ରେ ଭଡ଼ା ଘର, ନୟାଗଡ଼ ଆରଟିଓ ଅଫିସ ପରିସରରେ ଥିବା ଚାମ୍ବର, ସାଲେପୁର ବାଲିଆପଡ଼ାରେ ପୈତୃକ ଘର, ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁରରେ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ାଉ ଚାଲିଛି । ରେଡରେ ସାମିଲ ଅଛନ୍ତି ଭିଜିଲାନ୍ସର ୭ଟି ଟିମ୍ । ପଞ୍ଚାନନ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.