ଗଞ୍ଜେଇ ମାଫିଆଙ୍କୁ ମାଓବାଦୀଙ୍କ ଟାର୍ଗେଟ, ପୋଷ୍ଟର ମାରିଲା ଲାଲ ବାହିନୀ

ପୁଣିଥରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନୁର୍ପା ବାଇପାସ ଛକରେ ଲାଗିଲା ମାଓବାଦୀ ପୋଷ୍ଟର । କେକେବିଏନ ଡିଭିଜନ ଭାଜପା (ମାଓବାଦୀ) ଲେଖାଥିବା ଏହି ପୋଷ୍ଟରରେ ଗଞ୍ଜେଇ ମାଫିଆଙ୍କୁ ଟାର୍ଗେଟ କରାଯିବା ସହ ବିଭିନ୍ନ ଦାବି ସବୁ ଲେଖା ଯାଇଛି। ଯେଉଁଥିରେ ପୋଲିସକୁ ଟାର୍ଗେଟ କରାଯାଇଛି ।

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ଜିଲ୍ଲାରେ ମାଓ ପୋଷ୍ଟର । ପୁଣିଥରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନୁର୍ପା ବାଇପାସ ଛକରେ ଲାଗିଲା ମାଓବାଦୀ ପୋଷ୍ଟର । କେକେବିଏନ ଡିଭିଜନ ଭାଜପା (ମାଓବାଦୀ) ଲେଖାଥିବା ଏହି ପୋଷ୍ଟରରେ ଗଞ୍ଜେଇ ମାଫିଆଙ୍କୁ ଟାର୍ଗେଟ କରାଯିବା ସହ ବିଭିନ୍ନ ଦାବି ସବୁ ଲେଖା ଯାଇଛି। ଯେଉଁଥିରେ ପୋଲିସକୁ ଟାର୍ଗେଟ କରାଯାଇଛି । ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଁଚି ପୋଷ୍ଟର ଜବତ କରିବା ସହ ଅଧିକ ତଦନ୍ତ କରୁଛି । ତେବେ ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ଗତ କିଛି ବର୍ଷ ହେବ ବୌଦ୍ଧ ଜିଲ୍ଲାରେ ସକ୍ରିୟ ହୋଇଛନ୍ତି ମାଓବାଦୀ । ଦକ୍ଷିଣ ଓଡ଼ିଶାରେ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ମାଓ କାର୍ଯ୍ୟକଳାପ । ଏହାପରେ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ ମାଓ ସଂଗଠନ ସକ୍ରିୟ ହୋଇଛି । ଗତ କିଛି ମାସ ହେବ ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ଜଙ୍ଗଲରେ କେକେବିଏ ସଂଗଠନର ଗତିବିଧି ବଢ଼ିଛି । ନିକଟରେ ତତ୍କାଳୀନ ପୋଲିସ ଡିଜି ସୁନୀଲ ବଂଶଲ ବୌଦ୍ଧ ଯାଇ ମାଓ ଦମନର ସମୀକ୍ଷା କରିବା ସହ ରଣନୀତି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.