Below header

୧୫ ଫୁଟ ମାଟି ତଳୁ ଉଦ୍ଧାର ହେଲେ ୪ ଜଣ ଯୁବକ, ନାଳ ଖୋଲୁଥିବା ବେଳେ ଧସିଥିଲା ମାଟି

ସୋରଡ଼ା(କେ ନ୍ୟୁଜ): ନୂଆ ଜୀବନ ପାଇଲେ ୪ ଯୁବକ । ୧୫ ଫୁଟ ମାଟି ତଳୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ଗଂଜାମ ଜିଲ୍ଲା ସୋରଡ଼ା ଥାନା ପାଳକାଟୁ ନୂଆଗାଁ ନିକଟରେ ଘଟିଥିଲା ଅଘଟଣ। ଚଡେୟା ନାଳରୁ ନିଜ ବିଲକୁ ପାଣି ନେବା ପାଇଁ ନାଳ ଖୋଲୁଥିବା ବେଳେ ହଠାତ ଦୁଇପଟୁ ମାଟି ଧସିଥିଲା । ଫଳରେ ପଲକାଟୁ ଓ ଗୋପାଳପୁର ଗାଁର ୪ ଯୁବକ ମାଟିତଳେ ପୋତି ହୋଇ ଯାଇଥିଲେ । ତିନିଜଣଙ୍କ ଶରୀର ଅଧାରୁ ଅଧିକ ପୋତି ହୋଇରହିଥିବା ବେଳେ ଜଣେ ସଂପୂର୍ଣ୍ଣ ଭାବେ ମାଟି ତଳେ ଦବି ଯାଇଥିଲେ ।

ସୋରଡ଼ା ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରିଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଧଘଣ୍ଟାର ପରିଶ୍ରମ ପରେ ସେମାନଙ୍କୁ ୧୫ ଫୁଟ ମାଟିତଳୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ସୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.