Below header

ନିଜକୁ ନାଭାଲ ଅଫିସର ଓ ଡାକ୍ତରର ପରିଚୟ ଦେଇ ଲୁଟୁଥିଲେ ଦମ୍ପତି, ଏବେ କାବୁ କଲେ ଲୋକେ

ସମ୍ବଲପୁର(କେନ୍ୟୁଜ୍): ନିଜକୁ ନାଭାଲ ଅଫିସର ଓ ଡାକ୍ତରର ପରିଚୟ ଦେଇ ଲୁଟୁଥିଲେ ଦମ୍ପତି। ଏବେ କାବୁ କଲେ ଲୋକେ। ଏଭଳି ଘଟଣା ଘଟିଛି ସମ୍ବଲପୁର ସହରରେ। ଜଣେ ଯୁବକ ନିଜକୁ ନାଭାଲ ଅଫିସରର ପରିଚୟ ଦେଇ ବିଭିନ୍ନ ମୋବାଇଲ ଦୋକାନ, କପଡା ଦୋକାନରୁ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଆଉ ଏହି ଠକେଇରେ ତାଙ୍କର ସାଥ ଦେଇଛନ୍ତି ଜଣେ ଯୁବତୀ। ଯିଏ କି ନିଜକୁ ଜଣେ ଡାକ୍ତର କହୁଥିବା ବେଳେ ଉକ୍ତ ଯୁବକଙ୍କ ସହ ତାଙ୍କର ବିବାହ ଠିକ ହୋଇଥିବା କହିଛନ୍ତି।

ଏହି ଯୁବକ ଜଣକ ହେଲେ ଭଦ୍ରକ ଜ଼ିଲ୍ଲାର ବିପ୍ଳବ ପ୍ରଧାନ ଏବଂ ଯୁବତୀ ଜାଣଙ୍କ ଅନୁଗୁଳ ଜ଼ିଲ୍ଲାର। ଏହି ଦୁଇ ଦମ୍ପତ୍ତି କିଛି ଦିନ ହେଲା ସମ୍ବଲପୁର ସହରର ବିଭିନ୍ନ ମୋବାଇଲ ଦୋକାନକୁ ବୁଟ ସୁଟରେ ଯାଇ ସେଠାରେ ଦାମି ମୋବାଇଲ କିଣୁଥିଲେ। ଆଉ ଟଙ୍କା ଅନଲାଇନ ପେମେଣ୍ଟ କରୁଥିଲେ। ହେଲେ ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁନଥିଲା କିନ୍ତୁ ଟଙ୍କା କାଟିଥିବା ମେସଜ ବିପ୍ଳବ ଦୋକାନୀଙ୍କୁ ଦେଖାଉଥିଲା। ଟଙ୍କା ଯଦି ନଆସେ ଚିନ୍ତା କରିବେନି ମୁଁ ଜଣେ ନାଭାଲ ଅଫିସର, ଆଉ ତାଙ୍କୁ ନାଭାଲ ଅଫିସରର ଏକ ଆଇକାର୍ଡ ଦେଖାଇ ସେଠାରୁ ଚଞ୍ଚକତା କରି ଫେରାର ହେଇ ଯାଉଥିଲେ।

ଏଭଳି ଅନେକ ଦୋକାନରୁ କରିବା ପରେ, ଗତକାଲି ଧନୁପାଲି ଅଞ୍ଚଳରେ ଥିବା ଏକ ମୋବାଇଲ ଦୋକାନକୁ ଯାଇ ଠିକ ଏଭଳି ଠକାମୀ କରୁଥିବା ବେଳେ ଲୋକଙ୍କ ହାତରେ ଧରା ପଡ଼ିଥିଲେ । ଆଉ ଲୋକେ ତାଙ୍କୁ ଧରି ଧନୁପାଲି ପୋଲିସରେ ହସ୍ତାନ୍ତର କରିଥିଲେ। ପୋଲିସ ସମସ୍ତ ଘଟଣାର ଏବେ ତଦନ୍ତ ଜାରି ରଖିଛି । ସେ ସତରେ ନାଭାଲ ଅଫିସର କି ନୁହେଁ ସେନେଇ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.