ଢେଙ୍କାନାଳ କଇଁଥଗୋଡା ନିକଟ ଚାଷଜମିରୁ ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ଆଘାତରେ ଜୀବନ ଯାଇଥିବା ସନ୍ଦେହ

ଢେଙ୍କାନାଳ(କେନ୍ୟୁଜ୍): ପୁଣି ହାତୀ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନର କଇଁଥଗୋଡା ନିକଟ ଚାଷଜମିରୁ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହାତୀର ଆନୁମାନିକ ବୟସ ୨୫ରୁ ୩୦ ବର୍ଷ ହେବ। ହାତୀର ଶରୀରରେ ଗଭୀର ଆଘାତ ଲାଗିଛି ।

ଚାଷଜମିରେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକ । ଗତକାଲି ସ୍ଥାନୀୟ ଅଞ୍ଚଳରେ ଦୁଇଟି ହାତୀ ବୁଲୁଥିବା ବେଳେ ଆଜି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ବନବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.