ପରୀକ୍ଷାରେ କପି କରିବା ପାଇଁ ଛାତ୍ରଙ୍କ ନୂଆ ଉପାୟ : ପେନରେ ହିଁ ଛୋଟ ଛୋଟ ନୋଟ କରି ପ୍ରଫେସରଙ୍କ ହାତରେ ଧରାପଡ଼ିଲେ

ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ ତ ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ବର୍ତ୍ତମାନ ସମୟରେ ମଧ୍ୟ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ତାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିବା ସହ ହସି ହସି ମଧ୍ୟ ତଳେ ଗଡି ଯାଉଛନ୍ତି। ତେବେ ଏହି ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ ନିଜ ହସକୁ ରୋକି ପାରିବେ ନାହିଁ।

ତେବେ ଆପଣ ମାନେ ଭଲ ଭବରେ ଜାଣିଛନ୍ତି ପରୀକ୍ଷାର ମହତ୍ତ୍ୱ କେତେ। ତେବେ ପରୀକ୍ଷା ରେ ଭଲ ମାର୍କ ରଖିବା ପାଇଁ କିଛି ପିଲାମାନେ ଦିନ ରାତି ପାଠ ପଢିବାରେ ପରିଶ୍ରମ କରନ୍ତି। ଆଉ କିଛି ପିଲା ମଧ୍ୟ ପରିଶ୍ରମ କରନ୍ତି କିନ୍ତୁ ସେମାନେ କପି କିପରି ପରୀକ୍ଷା ଗୃହକୁ ନେବେ ସେଥିପାଇଁ ପରିଶ୍ରମ କରନ୍ତି। ପାଠ ପଢିଥିବା ପିଲା ଅସୁବିଧାରେ ପଡେ ନାହିଁ ବରଂ କପି କରୁଥିବା ପିଲା ସର୍ବଦା ପରିଶ୍ରମରେ ପଡିଥାଏ। କପି କରିବା ସମୟରେ ଯଦି ଶିକ୍ଷକ ଧରି ଦିଅନ୍ତି ତେବେ ସେମାନେ ପରୀକ୍ଷା ଖାତା ଛଡେଇ ନେଇ ପିଲାକୁ ଶ୍ରେଣୀ ଗୃହରୁ ବାହାର କରି ଦିଅନ୍ତି। ତେବେ ସୋସିଆଲ ମିଡ଼ିଆର ମଧ୍ୟ କିଛି ଏହିଭଳି ଭିଡ଼ିଓ ଭାଇରାଲ ହେଉଛି କପି କରିବା ସମୟରେ ଛାତ୍ର ଧରା ପଡିବାର।କପି କରିବା ପାଇଁ ପେନକୁ ହିଁ ନିଜ ଅସ୍ତ୍ର କରି ଦେଇଛନ୍ତି ଜଣେ ଆଇନ ଛାତ୍ର ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ପେନର ଏକ ବିଶ୍ୱବିଦ୍ୟାଳୟର ଜଣେ ଆଇନ ଛାତ୍ରଙ୍କୁ ପ୍ରଫେସର ପରୀକ୍ଷା ହଲରେ କପି କରୁଥିବା ବେଳେ ଧରିଛନ୍ତି। ପରୀକ୍ଷାରେ କପି କରିବା ପାଇଁ ପେନ ସହ ଏକ ବଡ ଏକ୍ସପେରିମେଣ୍ଟ କରିଛି ଜଣେ ଛାତ୍ର । ଏକ ନିଆରା ଷ୍ଟାଇଲରେ ସେ କପି କରିବାର ବ୍ୟବସ୍ଥା କରିଥିଲା । ପରୀକ୍ଷାକୁ ଆଣିଥିବା ପେନରେ ହିଁ ଛୋଟ ଛୋଟ ନୋଟ କରି ନେଇଥିଲା । ତେବେ ପରୀକ୍ଷାର୍ଥୀ ସମୟରେ ନିଜ ପାଖରେ ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ପେନ ଦେଖିବାକୁ ମିଳିଛି । ତେବେନିଜ ମାଷ୍ଟରମାଇଣ୍ଡ ବୁଦ୍ଧିରେ କରିଥିବା ଏକ୍ସପେରିମେଣ୍ଟ ଫେଲ ମାରିଯାଇଛି । ପେନରେ କପି କରିବାର ନୂଆ ଫର୍ମୁଲାକୁ ପଣ୍ଡ କରି ଦେଇଛନ୍ତି ଲ’ ପ୍ରଫେସର ୟୋଲୋଣ୍ଡା ଡି ଲୁଚ୍ଚୀ । ଛାତ୍ର ନିକଟରୁ ଏହି ପେଗୁଡିକୁ ଜବତ କରିବା ସହ ଏହାର ଏକ ଫଟୋ ଟ୍ୱିଟରରେ ଅପଲୋଡ କରିଛନ୍ତି ୟୋଲୋଣ୍ଡା ।

ତେବେ ଛାତ୍ରଙ୍କର ଏହି କାରନାମା ଦେଖିବା ପରେ ପ୍ରଫେସର ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହାକୁ ଏକ କଳା ବୋଲି ମଧ୍ୟ ସେ କଟାକ୍ଷ କରିଛନ୍ତି । ନୂଆ ଷ୍ଟାଇଲରେ ପେନରେ କପି କରିବାକୁ ଚେଷ୍ଟା କରିଥିବା ବେଳେ ଧରା ପଡି ଯାଇଛନ୍ତି ପରୀକ୍ଷାର୍ଥୀ । ଜଣେ ୟୁଜର୍ସ କହିଛନ୍ତି କପି କରୁଥିବା ଆଇନ ଛାତ୍ର ପରୀକ୍ଷା ସମୟରେ ବହୁତ ସ୍ମାର୍ଟନେସ ଦେଖାଇଥିଲେ। ସେ କଲମରେ ଏପରି କପି ଲେଖିଥିଲେ, ଯେପରି ପରୀକ୍ଷା ସମୟରେ କୌଣସି ସନ୍ଦେହ ଯେପରି ନହେବ। ଏହି ଫଟୋ ସୋସିଆଲ ମିଡିଆରେ ଅପଲୋଡ ହେବା ପରଠୁ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି ସ୍ପେନର ମେଲାଗା ବିଶ୍ୱବିଦ୍ୟାଳୟର ବୋଲି ଜାଣିବାକୁ ମିଳିଛି ।

Leave A Reply

Your email address will not be published.