Below header

ଭୁବନେଶ୍ବରରେ ୪୪ ଡିଗ୍ରୀ ତାପମାତ୍ରା ! ୧୪ ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ

ତାତିରେ ଜଳୁଛି ଓଡ଼ିଶା । ଟାଇଁ ଟାଇଁ ଖରା । ଆଜି ରାଜଧାନୀରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ଭୁବନେଶ୍ବରରେ ୪୪ ଡିଗ୍ରୀ ପାଖାପାଖି ଦିନ ତାପମାତ୍ରା । ହିଟ୍ ୱେଭ୍ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ତାତିରେ ଜଳୁଛି ଓଡ଼ିଶା । ଟାଇଁ ଟାଇଁ ଖରା । ଆଜି ରାଜଧାନୀରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ଭୁବନେଶ୍ବରରେ ୪୪ ଡିଗ୍ରୀ ପାଖାପାଖି ଦିନ ତାପମାତ୍ରା । ଦିନ ୧୧ଟା ୩୦ରେ ୩୯.୮ ଡିଗ୍ରୀ ଥିଲା ଭୁବନେଶ୍ବରର ତାପମାତ୍ରା । ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିବ। ଆହୁରି ୨ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ। ଦିନ ତାପମାତ୍ରା ସ୍ବାଭାବିକଠୁ ୩ରୁ ୫ ଡିଗ୍ରି ସେଲସିୟସ ଅଧିକ ରହିପାରେ । ୬ ତାରିଖ ଯାଏଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ହିଟ୍ ୱେଭ୍ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଖୋର୍ଦ୍ଧା, କଟକ, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ମାଲକାନଗିରି, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାରେ ଜାରି ରହିବ ଉଷ୍ଣ ତାପମାତ୍ରା । ତେବେ ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବା ସମ୍ଭାବନା ରହିଛି।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.