ବସନ୍ତ କାଳର ମହାନ ପର୍ବ ଦିଶୁମ ବାଆ ବଙ୍ଗା ପରବ, ଗଛକୁ ପୂଜା କରି ଖାଆନ୍ତି ଫଳ

ଜଙ୍ଗଲରେ ବସବାସ କରୁଥିବା ଆଦିବାସୀମାନେ ଏହି ସମୟରେ ବୃକ୍ଷ ଦେବତାଙ୍କୁ ପୂଜାର୍ଚ୍ଚନା ନକରିବା ଯାଏଁ ସେମାନେ କେବେ ପକୃତିର ସୃଷ୍ଟି ବୃକ୍ଷଲତାରୁ ଫଳ ଓ ପୁଷ୍ପ ଗ୍ରହଣ କରନ୍ତି ନାହିଁ। ଏହି ପୂଜାକୁ ସେମାନେ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଥାନ୍ତି ।

ନୀଳଗିରି (କେନ୍ୟୁଜ): ବୃକ୍ଷ ହିଁ ଜୀବନ। ପୃଥିବୀର ସୃଷ୍ଟିରେ ପ୍ରକୃତିର ସନ୍ତୁଳନତାର ରହସ୍ୟ ହିଁ ବୃକ୍ଷ। ଯାହା ମଣିଷ ଜୀବନରେ ଭରିଦେଇଥାଏ ସୁଖ ,ସମୃଦ୍ଧି, ସୁସ୍ଥ ବାତାବରଣ ଓ ପ୍ରେମର ଅପୂର୍ବ ମାଧୂର୍ଯ୍ୟ। ବୃକ୍ଷ ବିନା ସୃଷ୍ଟିରେ ଜୀବଜଗତ ଏବଂ ବିଶେଷ ଭାବେ ମଣିଷର ଜୀବନ ପ୍ରଭାବିତ ହୋଇଥାଏ। ଯେଉଁଥି ପାଇଁ ଭାରତର ଆଦିମ ଅଧିବାସୀ ବିଭିନ୍ନ ସମ୍ପ୍ରଦାୟର ଜନ ସମ୍ମୁହ ବୃକ୍ଷକୁ ଦେବତା ଭାବେ ପୂଜା କରିଥାନ୍ତି।

ଦେବଭୂମି ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ପରମ୍ପରା, ବଣ ଜଙ୍ଗଲରେ ବସବାସ କରୁଥିବା ଅଧିବାସୀମାନେ ଏକ ଶୃଙ୍ଖଳିତ ଜୀବନଧାରା ମଧ୍ୟରେ ବସବାସ କରୁଥିବା ଦେଖାଯାଇଛି । ପକୃତିର ସୁରକ୍ଷା ସେମାନଙ୍କ ଦୀର୍ଘ ଜୀବନର ଏକ ମୁଖ୍ୟ କର୍ତ୍ତବ୍ୟ ବୋଲି ସେମାନଙ୍କର ପୂର୍ବ ପୁରୁଷଙ୍କ ଠାରୁ ଶିକ୍ଷା ଲାଭ କରିଥିବା କୁହାଯାଏ । ବସନ୍ତ ଋତୁ ଆସିଲେ ବଣ ଜଙ୍ଗଲରେ ବୃକ୍ଷ ଲତା ମାନେ ପତ୍ର ଝଡ଼ା ଦିଅନ୍ତି। ପରେ ପରେ ପତ୍ର କଅଁଳେ । ଫୁଲ ଫଳରେ ଭରି ଯାଏ ବୃକ୍ଷଲତା । ତେବେ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀମାନେ ଏହି ସମୟରେ ବୃକ୍ଷ ଦେବତାଙ୍କୁ ପୂଜାର୍ଚ୍ଚନା ନକରିବା ଯାଏଁ ସେମାନେ କେବେ ପକୃତିର ସୃଷ୍ଟି ବୃକ୍ଷଲତାରୁ ଫଳ ଓ ପୁଷ୍ପ ଗ୍ରହଣ କରନ୍ତି ନାହିଁ। ଏହି ପୂଜାକୁ ସେମାନେ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଥାନ୍ତି । ଏହି ପର୍ବକୁ ବନବାସୀ ମୁଣ୍ଡା ସମ୍ପ୍ରଦାୟର ଲୋକମାନେ ‘ଦିଶୁମ୍ ବାଆ ବଙ୍ଗା ପରବ’ ଭାବେ ପାଳନ କରନ୍ତି । ତେବେ ବାଲେଶ୍ୱର ନୀଳଗିରି ବ୍ଲକ ର ଡମ୍ବୁରୁଘାଟି ଗାଁରେ ମୁଣ୍ଡା ସମ୍ପ୍ରଦାୟର ଅଧିବାସୀମାନେ ଦିଶୁମ୍ ବାଆ ବଙ୍ଗାପରବକୁ ବେଶ୍ ଆନନ୍ଦ ଉଲ୍ଲାସରେ ପାଳନ କରିଥିବା ଦେଖାଯାଇଛି ।

ବଣ୍ଡା ସମ୍ପ୍ରଦାୟର ଯୁବତୀ ଓ ମହିଳାମାନେ ପାରମ୍ପରିକ ବେଶ ପୋଷାକରେ ସଜେଇ ହୋଇ, ଧୁମଶା ,ମାଦଳର ତାଳେ ତାଳେ ନାଚି ଜଙ୍ଗଲ ମଧ୍ୟକୁ ଯାଆନ୍ତି । ବୃକ୍ଷ ଦେବତାଙ୍କୁ ଆମନ୍ତ୍ରଣ କରିବାକୁ ଯାଇ ବୃକ୍ଷ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଥିବା ଶାଳ ଗଛକୁ ପୂଜା ଅର୍ଚ୍ଚନା କରିଥାନ୍ତି । ଏହା ପରେ ଦିସାରିଙ୍କ ନିର୍ଦ୍ଦେଶରେ ବୃକ୍ଷ ଉପରକୁ ଯାଇ ପାଞ୍ଚଟି ଡାଳ ଭଙ୍ଗା ଯାଇଥାଏ। ଉକ୍ତ ଡାଳକୁ ଘଟର ପ୍ରତୀକ ରୂପେ ଗାଁକୁ ଆଣି, ପୂଜାର୍ଚ୍ଚନା କରା ଯାଇଥାଏ । ଯାହା ସେମାନଙ୍କୁ ଧନ, ସମ୍ପଦ ଓ ସୁରକ୍ଷା ପ୍ରଦାନ କରିଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି।

ଏହି ପର୍ବକୁ ପାରମ୍ପରିକ ରୀତିରେ ଶେଷ କରିବା ପରେ ଏହି ସମ୍ପ୍ରଦାୟର ବ୍ୟକ୍ତିମାନେ ବଣଜଙ୍ଗଲ ପାକୃତିକ ପରିବେଶରେ ବିଭିନ୍ନ ପ୍ରକାରର ଫଳ ଯଥା ଜଙ୍ଗଲ ମଧ୍ୟରେ ଥିବା ଆମ୍ବ, ପଣସ, ମହୁଲ, କମଳା , ଧାତ୍ରୀ ଅଁଳା, କଷାଫଳ, ହରିଡ଼ା ,ବାହାଡା , କନ୍ଦମୂଳ, ବିଭିନ୍ନ ପ୍ରକାରର ଜଙ୍ଗଲୀ ଆଳୁ ଓ ବୃକ୍ଷମାନଙ୍କର ଫଳ ସଂଗ୍ରହ କରିଥାନ୍ତି। ଯାହା ସେମାନଙ୍କ ଚଳଣିରେ ସହାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.