‘ଦ କେରଳ ଷ୍ଟୋରୀ’ କୁ ନେଇ ପୁଣିଥରେ ବିବାଦ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦେଲେ ଏପରି ମତ

ଫିଲ୍ମ ‘ଦ କେରଳ ଷ୍ଟୋରୀ' ଏବେ ପୁଣି ଥରେ ବିବାଦକୁ ଆସିଛି । ତେବେ ଏଥର ବିବାଦର କାରଣ ହେଉଛି ଟିଭିରେ ଏହାର ଟେଲିକାଷ୍ଟ । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଟିଭିରେ ଏହାର ଟେଲିକାଷ୍ଟ ବିରୋଧରେ ବାହାରିଛନ୍ତି ।

ଫିଲ୍ମ ‘ଦ କେରଳ ଷ୍ଟୋରୀ’ ରିଲିଜ୍‌ ହେବା ପୂର୍ବରୁ ଚର୍ଚ୍ଚାରେ ରହିଛି । ଏବେ ମଧ୍ୟ ପୁଣି ଥରେ ଏହି ଫିଲ୍ମ ବିବାଦକୁ ଆସିଛି । ତେବେ ଏଥର ବିବାଦର କାରଣ ହେଉଛି ଟିଭିରେ ଏହାର ଟେଲିକାଷ୍ଟ । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଟିଭିରେ ଏହାର ଟେଲିକାଷ୍ଟ ବିରୋଧରେ ବାହାରିଛନ୍ତି । ଏହା ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ ‘ବିବାଦ ସୃଷ୍ଟି କରୁଥିବା ଫିଲ୍ମ ‘ଦ କେରଳ ଷ୍ଟୋରୀ’ ଟିଭିରେ ଟେଲିକାଷ୍ଟ ହେବା ଉଚିତ ନୁହେଁ । ଏହି ଫିଲ୍ମକୁ ଟିଭିରେ ଦେଖାଇବା ଉଚିତ ନୁହେଁ ଯାହା ସାଧାରଣ ନିର୍ବାଚନ ପୂର୍ବରୁ ସାମ୍ପ୍ରଦାୟିକ ଉତ୍ତେଜନାକୁ ଉତ୍ସାହିତ କରିପାରେ । ତେବେ ପୂର୍ବରୁ ଏହି ଫିଲ୍ମକୁ ଅନେକ ସିନେମା ହଲ୍‌ରେ ଦେଖାନଯିବା ପାଇଁ ନିଷ୍ପତି ନିଆଯାଇଥିଲା ।

ନିର୍ଦ୍ଦେଶକ ସୁଦିପ୍ତ ସେନଙ୍କ ଏହି ଫିଲ୍ମ ଗତ ବର୍ଷ ମେ ମାସରେ ମୁକ୍ତିଲାଭ କରିଥିଲା । ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଯାହାଫଳରେ ବିରୋଧୀ ଦଳ ଏହା ବିରୋଧରେ ବାହାରିଥିଲେ । ଅନେକ ରାଜ୍ୟରେ ଏହାକୁ ହଲ୍ ଏବଂ ମଲ୍ଟିପ୍ଲେକ୍ସରେ ଦେଖାଇବାକୁ ମନା କରାଯାଇଥିଲା ଏବଂ ସରକାର ଏହାକୁ ବାରଣ କରିଥିଲେ । ଏହି ଫିଲ୍ମ ଆତଙ୍କବାଦ ଏବଂ ଧାର୍ମିକ ରୂପାନ୍ତର ଉପରେ ଆଧାରିତ ଥିଲା । ଏହି ଫିଲ୍ମଟି ପ୍ରାୟ ୧୦୦ କୋଟି ଟଙ୍କା ବିଜ୍‌ନେସ୍‌ କରିଥିଲା । ଏହି ଫିଲ୍ମରେ ଦର୍ଶାଯାଇଛି ଯେ କେରଳରେ ପ୍ରାୟ ୩୦ ହଜାର ଝିଅ ନିଖୋଜ ଥିବା ଦାବି କରାଯାଇଛି । କୁହାଯାଉଥିଲା ଯେ ଏହି ଝିଅମାନେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.