Below header

ଭକ୍ତର ଦୃଢତା ଆଗରେ ହାର ମାନିଛି ୪୦ ଡିଗ୍ରୀର ତାପମାତ୍ରା, ଦଣ୍ଡ ପର୍ବ ପାଇଁ ଜମୁଛି ଭକ୍ତଙ୍କ ଭିଡ

ମୁଣ୍ଡରେ ୪୦ ଡିଗ୍ରୀର ତାତି, ଖାଲି ପାଦରେ ଚାଲିବା, ପେଟର ଜ୍ୱାଳା ଓ ଅଗ୍ନି ଦାଣ୍ଡରେ ଅଗ୍ନିରେ ଖେଳିବା ସବୁ ଦୂର ହୋଇଯାଏ କେବଳ ମା'ଙ୍କ ମହିମା ଯୋଗୁ । ବର୍ତ୍ତମାନ ସବୁଠାରେ ଦଣ୍ଡ ପର୍ବ ଚାଲିଥିବା ବେଳେ ସୋରଡା ଅଞ୍ଚଳରେ ୧୨ ଗୋଟି ଦଣ୍ଡ ଯାତ୍ରା ନିଆରା । ଏଠିକାର ଦଣ୍ଡରେ ଅଗ୍ନିରେ ଦଣ୍ଡୁଆ ଖେଳନ୍ତି ଏହାକୁ ଦେଖିବା ପାଇ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ ।

କଥାରେ ଅଛି ଦୃଢତା ଆଗରେ ସବୁ ଶକ୍ତି ହାର ମାନେ । ଦିନକୁ ଦିନ ଯେତେ ମାତ୍ରାରେ ଖରାର ପ୍ରକୋପ ବଢି ଚାଲିଛି ଏହାକୁ ଖାତିର ନ କରି ଦଣ୍ଡ ପର୍ବରେ ଜମୁଛି ଭକ୍ତଙ୍କ ଭିଡ । ମୁଣ୍ଡରେ ୪୦ ଡିଗ୍ରୀର ତାତି, ଖାଲି ପାଦରେ ଚାଲିବା ,ପେଟର ଜ୍ୱାଳା ଓ ଅଗ୍ନି ଦାଣ୍ଡରେ ଅଗ୍ନିରେ ଖେଳିବା ସବୁ ଦୂର ହୋଇଯାଏ କେବଳ ମା’ଙ୍କ ମହିମା ଯୋଗୁ । ବର୍ତ୍ତମାନ ସବୁଠାରେ ଦଣ୍ଡ ପର୍ବ ଚାଲିଥିବା ବେଳେ ସୋରଡା ଅଞ୍ଚଳରେ ୧୨ ଗୋଟି ଦଣ୍ଡ ଯାତ୍ରା ନିଆରା । ଏଠିକାର ଦଣ୍ଡରେ ଅଗ୍ନିରେ ଦଣ୍ଡୁଆ ଖେଳନ୍ତି ଏହାକୁ ଦେଖିବା ପାଇ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ ।

ସୋରଡାରେ ପ୍ରଥମେ ୧୯୦୫ ମସିହାରେ ଦଣ୍ଡ ପର୍ବ ଆରମ୍ଭ ହୋଇଥିଲା । ଏହା ହେଉଛି ଶିବଗୌରୀଙ୍କ ଯାତ୍ରା । ଆଗରୁ ଗୋଟିଏ ମନ୍ଦିରକୁ ନେଇ ସବୁ ଭକ୍ତଙ୍କ ସହଯୋଗରେ ଦଣ୍ଡ ପର୍ବ ଆରମ୍ଭ ହୋଇଥିଲା । ସବୁ ସ୍ଥାନରେ ଧୁଳି ଦଣ୍ଡ ହେଉଥିବା ବେଳେ ଏଠାରେ ଅଗ୍ନି ଦଣ୍ଡ ହୋଇଥାଏ । ନିଆଁ ଲଗାଇ ଝୁଣା ମାରି ଦଣ୍ଡୁଆମାନେ ମଧ୍ୟାହ୍ନରେ ରାଜରାସ୍ତାରେ ଖେଳି ଖେଳି ମାନସିକ ଧରି ଘରକୁ ଯାଇଥାନ୍ତି ସେଠାରେ ଅଗ୍ନିରେ ଭକ୍ତମାନେ ଖେଳିଥାନ୍ତି ପରେ ନଦୀରେ ସ୍ନାନ କରି ଠାକୁରଙ୍କୁ ନବାତ କଦଳୀ ପଣା ଭୋଗ ହେଲା ପରେ ପ୍ରସାଦ ପାଇଥାନ୍ତି ଓ ସନ୍ଧ୍ୟାରେ ଆଳତି ପରେ ରୋଷେଇ ଆରମ୍ଭ ହୋଇଥାଏ ।

ଏଠାରେ ସ୍ୱତନ୍ତ୍ର ହେଉଛି ଅବଟା, ଅକଟା ଏବଂ ଅଫୁଟା ରୋଷେଇ । ଅରୁଆ ଅର୍ନ ସହିତ ମୁଗ ଡାଲିରେ କେବଳ ବାଇଗଣ ପକାଇ ଡାଲି ହୋଇଥାଏ ତାହାକୁ ସୁନସାନ ମଧ୍ୟରାତ୍ରିରେ ଢୋଲ ମହୁରି ଘଣ୍ଟ ଆଦି ବଜାଇ ଦଣ୍ଡୁଆମାନେ ପ୍ରସାଦ ପାଇଥାନ୍ତି । ଏହା ପରେ ହଜାର ହଜାର ଭକ୍ତ ଜଗି ରହିଥାନ୍ତି ପ୍ରସାଦ ପାଇବା ପାଇ । ଏହି ପର୍ବ ୧୩ ଦିନ ଧରି ଚାଲିଥାଏ । ନିଷ୍ଠାର ସହିତ ଶହ ଶହ ଭକ୍ତ ପାଳନ କରିଥାନ୍ତି ଏହି ଦଣ୍ଡ ପର୍ବ । ଦଣ୍ଡ ପର୍ବ ଆରମ୍ଭ ହେବା ପୂର୍ବରୁ ମା’ କାଳୀଙ୍କୁ ବନବାସ କରାଯାଇଥାଏ ଏବଂ ମା’ କୌଣସି ଆମ୍ବତୋଟାରେ ରହିଲା ପରେ ଯାତ୍ରା ଆରମ୍ଭ ଦିନ ମା’ଙ୍କୁ ଅଣାଯାଏ ପରେ ପଂଚାନନ ସ୍ଵାମୀଙ୍କୁ ଅଭିଷେକ କରି ଆଣି ମନ୍ଦିରରେ ହୋମ କରିବା ପରେ ଦଣ୍ଡୁଆ ମାନଙ୍କୁ ପଇତା ଦିଆଯାଏ ।

ଏହାପରେ ପର୍ବ ଆରମ୍ଭ ହୁଏ ଏବଂ ମେରୁ ସଂକ୍ରାନ୍ତିରେ ମୁଖ୍ୟ ଭକ୍ତଙ୍କୁ ଓଲଟା ବାନ୍ଦ ଯାଇ ନିଆଁ ଲାଗିବା ପରେ ପର୍ବ ସମାପନ ହୁଏ । ବହୁ ମାନସିକ ଧରି ଜଗି ରହିଥାନ୍ତି ଯେଉ ଭକ୍ତଙ୍କ ଦେହରେ ଠାକୁର ରହିଥାନ୍ତି ତାଙ୍କରି ହାତରୁ ଦୋଳିରେ ଝୁଲା ଯାଇଥିବା ବେଲ ପତ୍ର ଓ ଆମ୍ବକୁ ପ୍ରସାଦ ପାଇ ମନସ୍କାମନା ପୂରଣ କରିଥାନ୍ତି । ମାନ୍ୟତା ରହିଛି ବହୁ ଅପୁତ୍ରିକ ଭକ୍ତ ଏହି ଦଣ୍ଡରେ ଯୋଗ ଦେଇ ପୁତ୍ର ଲାଭ କରିବା ସହିତ ଚର୍ମ ରୋଗ ଏବଂ ଚକ୍ଷୁ ରୋଗ ମଧ୍ୟ ଭଲ ହୋଇଯାଇଥାଏ ।

ଏହି ବିଶ୍ଵାସକୁ ନେଇ ଭକ୍ତମାନେ ଦଣ୍ଡରେ ଯୋଗ ଦେଇଥାନ୍ତି । ପରିଣତ ବୟସରେ ଲୋକମାନେ ଘରେ ବସିବା ବଦଳରେ ଦଣ୍ଡରେ ବୁଲିଥାନ୍ତି ଏପରିକି ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ବହୁ ଭକ୍ତ ଆସିଥାନ୍ତି । ବହୁ ଶିକ୍ଷିତ ଓ ଚାକିରିଆ ଯୁବକମାନେ ମଧ୍ୟ ଏଥିରେ ଯୋଗ ଦେଇଥାନ୍ତି । ବର୍ତ୍ତମାନ ଯୁଗରେ ମଧ୍ୟ ଭକ୍ତମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ନିଜର ମନସ୍କାମନା ପୂରଣ ହେଲେ ମା’ଙ୍କୁ ନିଜ ଦ୍ଵାରରେ ବିଜେ କରାଇଥାନ୍ତି । ଆଜିକାଲିର ଆଧୁନିକ ଯୁଗରେ ମଧ୍ୟ ଠାକୁରଙ୍କ ପାଇ ଝୁଣାକୁ ଢିଙ୍କିରେ କୁଟାଯାଇ ଜଳାଜାଏ । କିନ୍ତୁ ଲୋକଙ୍କ ପସନ୍ଦ ପାଇ ଢୋଲ ମହୁରି ଥିଲେ ମଧ୍ୟ ଆଧୁନିକ ବାଦ୍ୟ ଜନ୍ତ୍ର ବ୍ୟବହାର କରାଯିବା ସହ ପୌରାଣିକ ନାଟକ ମଧ୍ୟ ପରିବେଷଣ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.