Below header

ଚତୁର୍ଥ ଭୂତପୂର୍ବ ସୈନିକ ଦିବସ ପାଳନ, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହିଦ୍‌ ହୋଇଥିବା ୫ଜଣ ବୀରନାରୀଙ୍କୁ ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ୧୨୦ ବାଟାଲିୟନରେ ଚତୁର୍ଥ ଭୂତପୂର୍ବ ସୈନିକ ଦିବସ ପାଳନ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହିଦ୍‌ ହୋଇଥିବା ୫ଜଣ ବୀରନାରୀଙ୍କୁ ସମ୍ମାନୀତ କରାଯାଇଛି। ଭୂତପୂର୍ବ ସୈନିକଙ୍କ ଅବସରେ ପରେ ଲାଗି ରହିଥିବା ସମସ୍ୟାର ଆଶୁ ସମାଧାନ ପାଇଁ ବିଭିନ୍ନ ପ୍ରକାର କକ୍ଷର ଉଦ୍‌ଘାଟନ କରାଯାଇଛି। ଭୂତପୂର୍ବ ସୈନିକ ସ୍ୱାସ୍ଥ୍ୟ ସଙ୍ଗଠନ, ବେଚନ ବିଭାଗ, ବିଭିନ୍ନ ରେଜିମେଣ୍ଟର ଅଭିଲେଖା କାର୍ଯ୍ୟାଳୟ ଓ ଜିଲ୍ଲା ସୈନିକ ବୋର୍ଡ ଖୋଲାଯାଇଛି। କାର୍ଯ୍ୟକ୍ରମରେ ପ୍ରାୟ ୧ହଜାର ଭୂତପୂର୍ବ ସୈନିକ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.