Below header

ବିବାହ ପରେ ଶାଶୁ ଘରେ ଏମିତି ରାଜ୍‌ କରୁଛନ୍ତି ଅଭିନେତ୍ରୀ ମୋହିନା କୁମାରୀ, ସାମ୍ନାକୁ ଆସିଲା ଫଟୋ

ଟେଲିଭିଜନ ଅଭିନେତ୍ରୀ ମୋହିନା କୁମାରୀ ଗତ ୧୪ ଅକ୍ଟୋବରରେ କ୍ୟାବିନେଟ ମନ୍ତ୍ରୀ ଏବଂ ଆଧ୍ୟାତ୍ମିକ ଗୁରୁ ସତ୍ୟପାଲ ମହାରାଜାଙ୍କ ସାନ ପୁଅ ସୁୟଶଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ହରିଦ୍ୱାରରେ ହୋଇଥିଲା। ବିବାହ ପରେ ମୋହିନା ବର୍ତ୍ତମାନ ଶାଶୁ ଘରେ ରାଣୀ ଭଳି ରାଜ୍‌ କରୁଥିବାର ଖବର ଶୁଣିବାକୁ ମିଳିଛି। ମୋହିନା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି ଏବଂ ସେ ତାଙ୍କ ବିବାହ ପରେ ଅନେକ ଫଟୋ ସେୟାର କରିଛନ୍ତି।

aaମୋହିନାଙ୍କ ଏହି ଫଟୋ ତାଙ୍କ ପତି ସୁୟଶ ନିଜେ ଉଠାଇଛନ୍ତି। ସୁୟଶ ଜଣେ ଭଲ ଫଟୋଗ୍ରାଫର। ଏହି ଫଟୋ ଦେଖି ଜଣାପଡୁଛି ମୋହିନା ତାଙ୍କ ଶାଶୁ ଘରେ ଖୁବ୍‌ ଖୁସିରେ ରହିଛନ୍ତି। ସୂଚନା ମୁତାବକ ମୋହିନା ବିବାହ ପରେ ଆକ୍ଟିଙ୍ଗ ଛାଡି ଦେଇଛନ୍ତି। ଏହାପୂର୍ବରୁ ସେ ଟେଲିଭିଜନ ସିରିୟଲ ‘ୟେ ରିସ୍ତା କ୍ୟା କହଲାତା ହେ’ ରେ କିର୍ତ୍ତି ସିଂହାନିୟାଙ୍କ ଚରିତ୍ରରେ ଅଭିନୟ କରୁଥିବାର ନଜର ଆସିଥିଲେ। ଏଥିସହ ମୋହିନା ଜଣେ ଟ୍ରେଣ୍ଡ ଡ୍ୟାନ୍ସର ମଧ୍ୟ। ସେ ରିୟଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ରେ ଭାଗ ନେଇଥିଲେ। ଶୋ’ରେ ମୋହିନା କୋରିୟଗ୍ରାଫର ଟେରେଂସ ଲୁଇସିଙ୍କ ଟୀମ୍‌ରେ ରହିଥିଲେ। ଏହାପରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ।

aaaମୋହିନା ଟିଭି ଚ୍ୟାନେଲ ବ୍ୟତୀତ ଫିଲ୍ମରେ ମଧ୍ୟ ପାଦ ଦେଇଛନ୍ତି। ସେ ରେମୋ ଡିସୁଜାଙ୍କ ଫିଲ୍ମ ‘ଏବିସିଡି’ ରେ ନଜର ଆସିଥିଲେ। ମୋହିନା ନିଜର ଆକ୍ଟିଙ୍ଗକୁ ଛାଡିବା ନେଇ କହିଛନ୍ତି, ‘ବିବାହ ପରେ ମୁମ୍ବାଇ ଏବଂ ଅଭିନୟ ଦୁଇଟି ଯାକ ଛାଡିଦେବି। ମୋ ଜୀବନ ୧୮୦ ଡିଗ୍ରୀ ବଦଳିବାକୁ ଯାଉଛି।’ ଏଥିରେ ମୁଁ ବହୁତ ଖୁସି ହେବା ସହ ଟିକିଏ ଚିନ୍ତାରେ ମଧ୍ୟ ରହିଛି। କାରଣ ଟିଭି ଛାଡିବାର ନିଷ୍ପତି ମୋର କିଛି ସାଙ୍ଗଙ୍କୁ ଭଲ ଲାଗିନି କିନ୍ତୁ ମୁ ସର୍ବଦା ମୋ ମନର କଥା ହିଁ ଶୁଣିଥାଏ। ରିପୋର୍ଟ ଅନୁଯାୟୀ ମୋହିନା ବିବାହ ପରେ ରିସେପ୍ସନ ପାର୍ଟି ମଧ୍ୟ ଦେଇଥିଲେ। ଏହି ପାର୍ଟିରେ ଉଭୟଙ୍କୁ ଆଶୀର୍ବାଦ ଦେବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.