Air Ok କମ୍ପାନୀ ବଜାରକୁ ଆଣିଲା ଆଉଟ ଡୋର ଏୟାର ପ୍ୟୁରିଫାୟାର, ଆଉ ମୁହଁରେ ଲଗାଇବାକୁ ପଡ଼ିବନି ମାସ୍କ

ବର୍ତ୍ତମାନ ସମୟରେ ବଜାରରେ ବିଭିନ୍ନ ନାମୀଦାମୀ କମ୍ପାନୀର ଏୟାର ପ୍ୟୁରିଫାୟର ମାନ ଉପଲବ୍ଧ ହେଉଛି । କିନ୍ତୁ ଏହା ଭିତରୁ ଅଧିକାଂଶ ଘର ଭିତରର ବାୟୁକୁ ବିଶୁଦ୍ଧ କରିବାକୁ ହିଁ ବ୍ୟବହାର କରାଯାଏ । କିନ୍ତୁ ବାହାରର ବାୟୁକୁ ବି ଶୁଦ୍ଧ କରିବା ପାଇଁ ବିଶ୍ୱର ଏକ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ‘ଏୟାର ଓକେ’ ନାମକ ଏକ ବିଶେଷ ଏୟାର ପ୍ୟୁରିଫାୟାର ବଜାରରେ ଲଞ୍ଚ କରିଛି । ଯାହାର ନାଁ ରଖାଯାଇଛି “ସିଜର” । ଆଉ ମଧ୍ୟ କମ୍ପାନୀ ତରଫରୁ ଦାବି କରାଯାଇଛି ଯେ ଏହି ଏୟାର ପ୍ୟୁରିଫାୟାର ଘର ବାହାରର ଅଞ୍ଚଳ ଯେମିତିକି ପଡିଆ, ସ୍କୁଲ, କ୍ୟାମ୍ପସ ଭଳି ଅଞ୍ଚଳ ଗୁଡିକର ବାୟୁକୁ ଅତି କମ ସମୟରେ ଶୁଦ୍ଧ କରିପାରିବ ।

air pyurifier

ଏୟାର ଓକେର ‘ସିଜର’ ଏୟାର ପ୍ୟୁରିଫାୟର ପିଏମ ୨.୫, ପିଏମ ୧୦ ଓ ମେଟାଲକୁ ଫିଲ୍ଟର କରିପାରିବ । ଏହା ବାଦ ଏହି ଏୟାର ପ୍ୟୁରିଫାୟାରଟି ସଲଫର ଡାଇଅକ୍ସାଇଡ ଓ ନାଇଟ୍ରୋଜେନ ଡାଇଅକ୍ସାଇଡକୁ ବି ଅତି ସହଜରେ କ୍ୟାପଚର କରିପାରିବ । ଏହି ଏୟାର ପ୍ୟୁରିଫାୟାରଟି ୬୦ ଫୁଟରୁ ଆରମ୍ଭ କରି ୨୦୦ ଫୁଟ ପର‌୍ୟ୍ୟନ୍ତର ବାୟୁକୁ ଶୁଦ୍ଧ କରିପାରିବାର କ୍ଷମତା ରଖିଛି । ଆଉ ସବୁଠୁ ଜରୁରୀ କଥା ହେଉଛି ଏହି ଥିରେ ଲାଗିଥିବା ସ୍ୱତନ୍ତ୍ର ଧରଣର ଫିଲ୍ଟର ବାୟୁ ପ୍ରଦୂଷିତ କରୁଥିବା କେତେ ଗୁଡିଏ କଣିକା ଗୁଡିକୁ ମଧ୍ୟ ଫିଲ୍ଟର କରିପାରେ ।ଭଲ ପ୍ରଦର୍ଶନ ପାଇଁ ଏହି ଏୟାର ପ୍ୟୁରିଫାୟାରକୁ ୩୬୦ ଡିଗ୍ରୀ ହିସାବରେ ଡିଜାଇନ କରାଯାଇଛି ।

କମ୍ପାନୀ ଡ଼ାଇରେକ୍ଟର ଏବାବଦରେ କହିଛନ୍ତି କି ଆମେ ଏହି ପ୍ରଡକ୍ଟକୁ ଲଞ୍ଚ କରି ଖୁବ ଗର୍ବ ଅନୁଭବ କରୁଚୁ । ଏହି ଟେକନିକ ବା ପ୍ରଡକ୍ଟଟି ଅତି ସହଜରେ ଘର ବାହାରେ ବି ଲୋକ ମାନଙ୍କୁ ଶୁଦ୍ଧ ବାୟୁ ଯୋଗାଇ ପାରିବ । କେତେକ ରିପୋର୍ଟସ ଅନୁଯାୟୀ ବାୟୁ ପ୍ରଦୂଷଣ କାରଣରୁ ଲୋକଙ୍କ ଜୀବନସୀମା ଦିନ କୁ ଦିନ କମିବାରେ ଲାଗିଛି । ତେଣୁ ଆମର କର୍ତ୍ତବ୍ୟ କି ଆମେ ଏପରି ପ୍ରଡକ୍ଟ ମାନ ତିଆରି କରିବୁ ଯାହା ଲୋକଙ୍କୁ ଏକ ସୁନ୍ଦର ସ୍ୱାସ୍ଥ୍ୟ ଦେଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.