PNB ଗ୍ରାହକଙ୍କୁ କଲା ଆଲର୍ଟ! ଏହି ଆପ୍‌ ଇନ୍‌ଷ୍ଟଲ କରିବେ ତ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ

ପ୍ରାୟତଃ ଦେଖାଯାଏ, ଲୋକେ କିଛି ନ ଭାବିଚିନ୍ତି ନିଜ ମୋବାଇଲ୍‌ ଫୋନ୍‌ରେ ଆପ୍‌ ଡାଉନ୍‌ଲୋଡ କରିଦିଅନ୍ତି। କିନ୍ତୁ ସାମାନ୍ୟ ଅସାବଧାନତା ଯୋଗୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଇପାରେ। ଏ ନେଇ ଏବେ ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ(PNB) ଗ୍ରାହକମାନଙ୍କୁ ଆଲର୍ଟ କରିଛି।

PNB ନିଜ ଗ୍ରାହକମାନଙ୍କୁ ସଚେତନ କରିବା ପାଇଁ ‘PNBର ଫଣ୍ଡା’ ନାଁରେ ଏକ ଅଭିଯାନ ଆରମ୍ଭ କରିଛି। ଏହା ଜରିଆରେ ବ୍ୟାଙ୍କ ତରଫରୁ ଗ୍ରାହକମାନଙ୍କୁ ଠକେଇରୁ ବର୍ତ୍ତିବା ପାଇଁ କିଛି ଟିପ୍ସ ଦିଆଯାଉଛି।

p1

ଏହି ଅଭିଯାନରେ ବ୍ୟାଙ୍କ କିଛି ଆପ୍‌କୁ ଇନ୍‌ଷ୍ଟଲ ନ କରିବାକୁ ପରାମର୍ଶ ଦେଇଛି। ସେଗୁଡ଼ିକ ହେଲା Quicksupport, Anydesk ଓ VNC। ସେହିପରି UltraVNC, TeamViewer, Ammyy, Seescreen, BeAnywhere, LogMein, RealVNC, Skyfexetc ଭଳି ଆପ୍‌ ମଧ୍ୟ ଇନ୍‌ଷ୍ଟଲ୍‌ କରିବା ବିପଦ ବୋଲି PNB କହିଛି।

ଏହାସହିତ PNB କହିଛି ଯେ ଇମେଲ, ଟେକ୍ସଟ ମେସେଜ୍‌ କିମ୍ବା ହ୍ଵାଟସ୍‌ଆପରୁ ଆସୁଥିବା ଲିଙ୍କ୍‌ରୁ ଦୂରେଇ ରୁହନ୍ତୁ। ଯାହାକି ଆପଣଙ୍କୁ ଥାର୍ଡ ପାର୍ଟି କିମ୍ବା ଅଜଣା ସୂତ୍ରରୁ ଆପ୍‌ ଇନ୍‌ଷ୍ଟଲ କରିବାକୁ ପରାମର୍ଶ ଦେଇଥାଏ। କାରଣ, ଏଥିରେ ଠକେଇର ଶିକାର ହେବା ବହୁତ ସମ୍ଭାବନା ଥାଏ।

p2

PNBର କହିବା ମୁତାବକ, କୌଣସି ବି ପରିସ୍ଥିତିରେ ଆପଣ ପିନ୍‌ ଓ ଓଟିପିକୁ ମୋବାଇଲ୍‌ ଫୋନ୍‌, ଇମେଲ, ଏସ୍‌ଏମ୍‌ଏସ୍‌, ହ୍ଵାଟସ୍‌ଆପରେ ଶେୟାର କରନ୍ତୁନି। ଗୁଗଲ କିମ୍ବା ଅନ୍ୟ କୌଣସି ସର୍ଚ୍ଚ ଇଞ୍ଜିନ୍‌ ମାଧ୍ୟମରେ କୌଣସି ବି ଅଜଣା ବ୍ୟାଙ୍କ ସମ୍ପର୍କିତ ବିବରଣୀକୁ ଖୋଜିବାକୁ ଆଦୌ ପ୍ରୟାସ କରନ୍ତୁ ନାହିଁ।

ଏହାସହିତ ବ୍ୟାଙ୍କ ଅଧିକୃତ େଓ୍ଵବ୍‌ସାଇଟ ‘contact us ’ ଲିଙ୍କ୍‌କୁ ଦେଖନ୍ତୁ। ଏଠାରେ ବ୍ୟାଙ୍କ କିମ୍ବା ବ୍ୟାଙ୍କ ସହ ଜଡ଼ିତ କଲ୍‌ ସେଣ୍ଟରରୁ ଦାବି କରୁଥିବା ବ୍ୟକ୍ତିଙ୍କ କଲ୍‌ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.