Below header

ପୁଣି ରୁଚିକା ଚାଇଲ୍ଡ ଲାଇନ୍‌ରୁ ଚିଲଡ୍ରେନ୍‌ ଛୁ , ବାଥରୁମ୍‌ ଝରକା ଗ୍ରୀଲ୍‌ ଭାଙ୍ଗି ଖସି ପଳାଇଲେ ୫ ଜଣ

ଭୁବନେଶ୍ୱର(କେନ୍ୟୁଜ୍) : ପୁଣି ରୁଚିକା ଚାଇଲ୍ଡ ଲାଇନ୍‌ରୁ ଚିଲଡ୍ରେନ୍‌ ଛୁ । ବାଥରୁମ୍‌ ଝରକା ଗ୍ରୀଲ୍‌ ଭାଙ୍ଗି ଖସି ପଳାଇଲେ ୫ ଜଣ । ସୁରାକ ପାଇଲେନି ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ରୁଚିକା ଚାଇଲ୍ଡ ଲାଇନରୁ ପିଲା ଖସି ପଳାଇବା ଘଟଣାକୁ ନେଇ ଏବେ ତନାଘନା । ପଳାଇ ଯାଇଥିବା ପିଲାଙ୍କ ବୟସ ୧୨ରୁ ୧୫ ବର୍ଷ ହେବ । ଡିସେମ୍ବର ୩୧ ରାତି । ନୂଆବର୍ଷକୁ ସ୍ୱାଗତ କରିବାରେ ସମସ୍ତେ ମାତିଥିବା ବେଳେ ରୁଚିକା ଚାଇଲ୍ଡ ଲାଇନରୁ ଚମ୍ପଟ ମାରିଛନ୍ତି ପାଞ୍ଚ ଜଣ ନାବାଳକ । ସକାଳେ ରାତ୍ରି ଜଗୁଆଳି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ୫ ନାବାଳକଙ୍କ ପତ୍ତା ମିଳିନି । ଏ ସଂପର୍କରେ ଦାୟିତ୍ୱରେ ଥିବା ବେଣୁଧର ସେନାପତି କ୍ୟାମେରା ଆଗକୁ ନ ଆସି ଖସିଯିବାକୁ ଚେଷ୍ଟା କରୁଛନ୍ତି । ରୁଚିକା ଚାଇୱଲ୍ଡ ଲାଇନ୍‌ର ପ୍ରୋଗ୍ରାମିଂ ମ୍ୟାନେଜର ବି ଦେଇଛନ୍ତି ଖାମଖିଆଲ ମନ୍ତବ୍ୟ । ପିଲାଙ୍କ ଉପରେ ଦୋଷ ଠେଲିଛନ୍ତି । ruchiରୁଚିକା ଚାଇଲ୍ଡ ଲାଇନ ପାଇଁ ଏହି ଘଟଣା ପ୍ରଥମ ନୁହେଁ । ୨୦୧୬ରେ ବି ଏଠାରୁ ଖସି ଯାଇଥିଲେ ୧୧ ଜଣ ପିଲା । କାହିଁକି ବାରମ୍ବାର ରୁଚିକା ଚାଇଲ୍ଡ ଲାଇନରେ ଘଟୁଛି ଏଭଳି ଘଟଣା ? ସିସିଟିଭି ଲାଗିଛି, ଜଗୁଆଳି ବି ରହୁଛନ୍ତି । ତଥାପି କେମିତି ଖସି ପଳାଉଛନ୍ତି ଅନ୍ତେବାସୀ ? କେହି କେମିତି ଜାଣି ପାରୁ ନାହାନ୍ତି ? କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ନା ପରିଚାଳନାଗତ ତ୍ରୁଟି ରହିଛି ? ଯେଉଁଥିପାଇଁ ଏଠାରେ ପିଲା ରହିବାକୁ ଅମଙ୍ଗ ହେଉଛନ୍ତି ବୋଲି ପ୍ରଶ୍ନ ଉଠୁଛି ।

child1ରେଳ ଷ୍ଟେସନ, ବସଷ୍ଟାଣ୍ଡ, ହୋଟେଲ, ବସ୍ତି ଅଞ୍ଚଳରୁ ଅସହାୟ ପିଲାଙ୍କୁ ପୋଲିସ ସହାୟତାରେ ଉଦ୍ଧାର କରି ରୁଚିକା ଚାଇଲ୍ଡ ଲାଇନରେ ରଖାଯାଏ । ହେଲେ ବାରମ୍ବାର ପିଲା ଖସି ପଳାଉଥିବା ଘଟଣା ରୁଚିକା ଚାଇଲ୍ଡ ଲାଇନରେ ବୋଧେ ସବୁ କିଛି ଠିକଠାକ ନଥିବା ସୂଚାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.