ଆଜିଠୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଦସ୍ତଖତ ଅଭିଯାନ , ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ପୂର୍ବଭଳି ବୃତ୍ତି ଦେବାକୁ ଦାବି

କଟକ(କେନ୍ୟୁଜ୍): ଆଜିଠୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଦସ୍ତଖତ ଅଭିଯାନ । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ପୂର୍ବଭଳି ବୃତ୍ତି ଦାବିରେ ଦସ୍ତଖତ ଅଭିଯାନ କରିବ ଦଳ । ଭୁବନେଶ୍ୱର ଲୋୟର ପିଏମଜିରୁ ଏହି ଅଭିଯାନ ଆରମ୍ଭ ହେବ । ମାସେ ଭିତରେ ୧୦ଲକ୍ଷ ଦସ୍ତଖତ ସଂଗ୍ରହ କରି ରାଷ୍ଟ୍ରପତିଙ୍କୁ ପଠାଯିବ । ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଙ୍କୁ କେନ୍ଦ୍ର ସରକାର ୯୦ ପ୍ରତିଶତ ବୃତ୍ତି ଦେଉଥିଲେ । ଏବେ ଏହା ୨୦ ପ୍ରତିଶତରେ ସୀମିତ ରହିଥିବା ଅଭିଯୋଗ ହୋଇଛି । ଫଳରେ ୨ଲକ୍ଷ ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.