Below header

ଭଦ୍ରକ ଓ ଯାଜପୁରରେ ଦୁର୍ଘଟଣା ନେଇଗଲା ୫ ଜୀବନ

ଯାଜପୁର ଜିଲ୍ଲା ବଡଚଣା ଥାନା କଡେଇ ଛକ ନିକଟରେ ଦୁର୍ଘଟଣା। ଚଢିଗଲା ଅଜଣା ଗାଡି । ଏକାସଙ୍ଗେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ । କାଳିଆ ଦର୍ଶନ ପାଇଁ ଯାଉଥିବା ବେଳେ ମଝି ବାଟରେ ଦୁର୍ଘଟଣା ଘଟିଛି। ରାତି ଅଧରେ ଏକ ଅଜଣା ଗାଡି ଚଢିଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି।

ଭଦ୍ରକ(କେନ୍ୟୁଜ୍): ୨ଟି ଦୁର୍ଘଟଣାରେ୫ ମୃତ । ଭଦ୍ରକ ଜିଲ୍ଲା ନଳାଙ୍ଗ ଛକ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟି ୨ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏକ ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଢେଙ୍କାନାଳ ପର୍ବତଦିଆ ଗାଁର ବିଶ୍ୱଜିତ୍‌ ରାଉତ ଓ ଆଠଗଡ ବାସୁଦେବପୁର ଗାଁର ସାନୁ ସ୍ୱାଇଁ। ଉଭୟ ବିଶ୍ୱଜିତ୍‌ ଓ ସାନୁ ଧାନକଟା ମେସିନ ଅପରେଟର ଭାବେ କାମ କରୁଥିଲେ। ଜଳେଶ୍ୱରରୁ କାମ ସାରି ବାଇକରେ ଗାଁକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି।

ଯାଜପୁର ଜିଲ୍ଲା ବଡଚଣା ଥାନା କଡେଇ ଛକ ନିକଟରେ ଦୁର୍ଘଟଣା। ଚଢିଗଲା ଅଜଣା ଗାଡି । ଏକାସଙ୍ଗେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ । କାଳିଆ ଦର୍ଶନ ପାଇଁ ଯାଉଥିବା ବେଳେ ମଝି ବାଟରେ ଦୁର୍ଘଟଣା ଘଟିଛି। ରାତି ଅଧରେ ଏକ ଅଜଣା ଗାଡି ଚଢିଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଧର୍ମଶାଳା ଥାନା ମାନତିରା ଗାଁର ଅଭିଶେକ ସର, ଚଢେଇଧରା ଅଞ୍ଚଳର ଅଞ୍ଚଳ ସାହୁ ଓ ଜଗତପୁରର ଦେବାଶିଷ ନାୟକ। ଖବର ପାଇ ବଡଚଣା ପୋଲିସ୍‌ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.