Below header

ଖାଦ୍ୟ ପଦାର୍ଥରେ କମୁଛି ପୋଷକ ତତ୍ତ୍ୱ, ବଢ଼ୁଛି ଶରୀରରେ ରୋଗ ସମସ୍ୟା : ରିପୋର୍ଟ

ଶରୀରରେ ପ୍ରୋଟିନର ଆବଶ୍ୟକତା ପୂରଣ କରିବା ପାଇଁ ଆମେ ଡାଲି ଖାଇଥାଉ । ହେଲେ ଏବେ ଏଥିରେ କମିଯାଇଛି ପୋଷକ ତତ୍ତ୍ୱ । ଗତ ୩ ଦଶନ୍ଧୀ ତଳେ ଡାଲିରେ ଯେଉଁ ପ୍ରୋଟିନ ଥିଲା, ଏବେ ତାହା ଆଉ ନାହିଁ । ଏହାର ମାତ୍ରା କମି ଯାଇଛି । ଖାଲି ଡାଲି ନୁହେଁ, ଚାଉଳ,ଗହମ, ପରିବା ଓ ମିଲେଟସରେ ମଧ୍ୟ ପୋଷକ ତତ୍ତ୍ୱ କମିଯାଇଛି ।

ନୂଆଦିଲ୍ଲୀ : ଶରୀରରେ ପ୍ରୋଟିନର ଆବଶ୍ୟକତା ପୂରଣ କରିବା ପାଇଁ ଆମେ ଡାଲି ଖାଇଥାଉ । ହେଲେ ଏବେ ଏଥିରେ କମିଯାଇଛି ପୋଷକ ତତ୍ତ୍ୱ । ଗତ ୩ ଦଶନ୍ଧୀ ତଳେ ଡାଲିରେ ଯେଉଁ ପ୍ରୋଟିନ ଥିଲା, ଏବେ ତାହା ଆଉ ନାହିଁ । ଏହାର ମାତ୍ରା କମି ଯାଇଛି । ଖାଲି ଡାଲି ନୁହେଁ, ଚାଉଳ,ଗହମ, ପରିବା ଓ ମିଲେଟସରେ ମଧ୍ୟ ପୋଷକ ତତ୍ତ୍ୱ କମିଯାଇଛି ।

ଆମେ ଆଜି ଯେଉଁ ଖାଦ୍ୟ ଖାଉଛୁ,ତାହା କୁପୋଷିତ ହୋଇଗଲାଣି । ଆମର ଜେଜେ-ଅଜା ଯେଉଁ ଖାଦ୍ୟ ଖାଇ ସୁସ୍ଥ ଦୀର୍ଘ ଦିନ ଯାଏ ସୁସ୍ଥ ରହିଥିଲେ, ଆମେ ଆଉ ସେହି ଖାଦ୍ୟ ପାଉନେ । ରାଷ୍ଟ୍ରୀୟ ପୋଷଣ ସଂସ୍ଥାନ (ଏନଆଇଏନ) ହାଇଦ୍ରାବାଦର ୧୯୮୯ ଓ ୨୦୧୭ ର ତୁଳନାତ୍ମକ ରିପୋର୍ଟ ଓ ବୈଜ୍ଞାନିକ ତଥ୍ୟ ଅନୁଯାୟୀ ଗତ ୩-୪ ଦଶକ ରେ ଖାଦ୍ୟ ପଦାର୍ଥରେ ଯେଉଁ ପୋଷକ ତତ୍ତ୍ୱ ଥିଲା ତାହା ଏବେ ଆଉ ନାହିଁ ।

ଖାଦ୍ୟ ଶସ୍ୟ ଓ ଫଳ ପନିପରିବାରେ ପ୍ରୋଟିନ, କ୍ୟାଲସିୟମ,ଆଇରନ୍‌,ରାଇଭୋଫ୍ଲୋବିନ ଓ ଭିଟାମିନ ଏତେ ନାହିଁ ଯାହା ୩୦ ବର୍ଷ ତଳେ ଥିଲା । ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଓ ପ୍ରଦୂଷଣ ଦାୟୀ ବୋଲି ଗବେଷକ କହିଛନ୍ତି । ଫଳରେ ଆମେ ଖାଉଥିବା ଖାଦ୍ୟରେ ପୋଷକ ତତ୍ତ୍ୱ କମ ଥିବାରୁ ଶରୀରରେ ରୋଗ ସୃଷ୍ଟି ହେଉଛି । ଏହି ରିପୋର୍ଟ ଏବେ ସମସ୍ତଙ୍କ ଚିନ୍ତାର କାରଣ ହୋଇଛି । କିପରି ଏଥିରୁ ରକ୍ଷା ପାଇ ହେବ ବିଶ୍ୱ ସମୁଦାୟ ଚିନ୍ତା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.