Below header

ସୁନ୍ଦରଗଡ ଜିଲ୍ଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ, ୩ ମହିଳା

ସୁନ୍ଦରଗଡ(କେନ୍ୟୁଜ୍): ସୁନ୍ଦରଗଡ ଜିଲ୍ଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ, ୩ ମହିଳା ଅଛନ୍ତି ସମସ୍ତେ କ୍ବାରେଣ୍ଟାଇନ ସେଣ୍ଟରରେ ଅଛନ୍ତି। ସମସ୍ତଙ୍କ ସ୍ବାବ ଟେଷ୍ଟ କରାଯାଇଥିଲା ପଜେଟିଭ ପରେ ସେମାନଙ୍କୁ ରାଉରକେଲା କ୍ବାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ଦେଲେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ।

ଏହା ପୂର୍ବରୁ ସୁନ୍ଦରଗଡ ଜିଲ୍ଲାରେ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଏହି ୫ ଚିହ୍ନଟ ହେବା ପରେ ସଂଖ୍ୟା ପହଞ୍ଚିଛି ୩୧ରେ । ଏଥିରୁ ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ଜଣ ରାଉରକେଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫ରେ ପହଞ୍ଚିଛି। ୭ ଜଣ ମ୍ତ୍ୟୁବରଣ କରିଥିବା ବେଳେ ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.