Below header

ତାମିଲନାଡ଼ୁ : ଭୂତପୂର୍ବ ମୁଖ୍ୟ ମନ୍ତ୍ରୀ ଜୟ ଲଳିତାଙ୍କ ଘର ହେବ ସଂଗ୍ରହାଳୟ, ରାଜ୍ୟପାଳ ଜାରି କଲେ ଅଧ୍ୟାଦେଶ

ଚେନ୍ନେଇ : ତାମିଲନାଡ଼ୁ ଭୂତପୂବ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବାସଗୃହକୁ ଏକ ଅସ୍ଥାୟୀ  ସଂଗ୍ରହାଳୟରେ ପରିବର୍ତ୍ତନ କରିବା ପାଇଁ ତାମିଲନାଡ଼ୁ ରାଜ୍ୟପାଳ ବନଓ୍ଵାରୀଲାଲ୍‌ ପୁରୋହିତ ନିର୍ଦ୍ଦେଶ ଦେଇଛନ୍ତି ।

jaya-3

ଜୟଲଳିତାଙ୍କ ନାମରେ ଏକ ଫାଉଣ୍ଡେସନ୍‌ ଗଠନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କୁ ଶୁକ୍ରବାର ଏହି ଅଧ୍ୟାଦେଶ ଜାରି କରାଯାଇଛି ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କେ ପଲାନୀସ୍ୱାମୀଙ୍କ ନେତୃତ୍ତ୍ୱରେ ଏହି ଫାଉଣ୍ଡେସନ୍‌ କାମ କରିବ ।

jaya-2

ପିଏସ୍‌ ଗାର୍ଡେନ ସ୍ଥିତ ‘ବେଦ ନିଲୟମ୍‌’ ଘରକୁ ସଂଗ୍ରହାଳୟ କରାଯିବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା । ପ୍ରାୟ ୩ ବର୍ଷ ଧରି ବେଦ ନିଲୟମ୍‌ ବନ୍ଦ ରହିଛି । ଏଥିରେ ଥିବା ଆସବାବପତ୍ର, ବହି, ଆଭୂଷଣ ସହ ଅନେକ ଚଳ ଓ ଅଚଳ ସମ୍ପତ୍ତି ଅବ୍ୟବହାର୍ଯ୍ୟ ହୋଇ ପଡ଼ି ରହିଛି ।jaya-1

ତେଣୁ କେବଳ ଅଧିଗ୍ରହଣ ପ୍ରକ୍ରିୟା ସମ୍ପୁର୍ଣ୍ଣ ହୋଇ ପାରିନଥିବାରୁ ଏହାକୁ ସଂଗ୍ରହାଳୟ ରୂପେ କାର୍ଯ୍ୟାକାରୀ କରାଯାଇ ପାରିନଥିଲା । ଏବେ ରାଜ୍ୟପାଳଙ୍କ ଅଧ୍ୟାଦେଶ ପରେ ଜୟଲଳିତାଙ୍କ ନାମରେ ସଂଗ୍ରହାଳୟ ହେବା ପ୍ରକ୍ରିୟା ପୂର୍ଣ୍ଣ ହୋଇପାରିବ ବୋଲି ପ୍ରକାଶ ପାଇଛି ।

ପ୍ରକାଶଥାଉକି, ଜୟଲଳିତା ଜଣେ ସୈାଖିନ ମହିଳା ଥିଲେ । ତାଙ୍କର ଜୀବନ ଶୈଳୀକୁ ନେଇ ତାଙ୍କ ଜୀବିତ ଅବସ୍ଥାରେ ସେ ବହୁତ ଚର୍ଚ୍ଚା ପରିସରକୁ ଆସିଥିଲେ । ଏକ ରିପୋର୍ଟ ଅନୁଯାୟୀ ତାଙ୍କର ଶହ ଶହ ସଂଖ୍ୟାରେ ଜୋତା, ବହୁ ଦାମୀ ଶାଢ଼ି ଓ ଗହଣାକୁ ନେଇ ସେତେବେଳେ ଜୟଲଳିତା ଚର୍ଚ୍ଚାକୁ ଆସିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.