Below header

ସମ୍ବଲପୁର: ଆଇପିଏଲ ବେଟିଂ ବେଳେ ପୋଲିସର ଚଢାଉ,୫ ଗିରଫ

କେନ୍ୟୁଜ୍(ବ୍ୟୁରୋ): ସମ୍ବଲପରର ସହରର ୪ଟି ଥାନାର ପୋଲିସ ଏକ ସମୟରେ ଚଢାଉ।  ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଇପିଏଲ ବେଟିଂ ଚାଲୁଥିବା ଅଭିଯୋଗରେ ପାଞ୍ଚ ଜଣକୁ ଗିରଫ କରିଛି ପୋଲିସ। ଗତକାଲି ସମ୍ବଲପୁର ପୋଲିସର ୩ଟି ସ୍ୱତନ୍ତ୍ର ଦଳ ଆଇପିଏଲ ବେଟିଂ ଚାଲିଥିବା ସ୍ଥାନରେ ଚଢାଉ କରି ୫ ଜଣଙ୍କୁ ଗିରଫ କରି ସେମାନଙ୍କ ପାଖରୁ ୧୫ ହଜାର ୧୫୦ ଟଙ୍କା, ୫ଟି ମୋବାଇଲ ଫୋନ ଓ  ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଚଢ଼ାଉ ସମୟରେ ଦୁର୍ଗାପାଲିର ସୋମନାଥ ଘୋଷ, ସାକ୍ଷୀପଡ଼ାର ବିନୋଦ,ସୋରେନ  ସୁନାପାଲିର ବିକାଶ,ରାଉତ ମୁଙ୍ଗାପଡ଼ାର ରାକେଶ,ନିଖାତିଆ ଓ ତଅଁଲାପଡ଼ାର ,ବାବଲୁ ପ୍ରଧାନକୁ ଗିରଫ,କରାଯାଇଛି। ଏହି ମାମଲାରେ

କ୍ଷେତରାଜପର ଥାନା, ଧନୁପାଲି ଥାନା, ଅଇଁଠାପାଲି ଥାନାରେ  ଏବଂ ଟାଉନ ଥାନାରେ ମାମଲା ରୁଜୁହୋଇଛି। ଏହି ଅଭିଯକ୍ତମାନଙ୍କୁ ଅନଲାଇନ ବେଟିଂ ସାଇଟ ଜରିଆରେ ଏହି କାଣ୍ଡ ଭିଆଇ ନିରୀହ ଲୋକଙ୍କୁ ଠକୁଥିଲେ ବୋଲି ପୋଲିସ କହିଛି। ସହରର ଅନେକ ସ୍ଥାନରେ ବେଟିଂ ଚାଲୁଥିବା ବେଳେ  ଏହି ବେଆଇନ ବେଟିଂ ରେ  କିଏ ମାଷ୍ଟର ମାଇଣ୍ଡ ତାକୁ ଏପର୍ଯ୍ୟନ୍ତ ଗିରଫ କରାଯାଇପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.