ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ନାଁରେ ଫେକ ଆକାଉଣ୍ଟ କରି ମୁମ୍ବାଇ ପୋଲିସକୁ ଗାଳି ଦେଉଥିଲେ ଦୁର୍ବୃତ୍ତ, ନିଜେ ଏତଲା ଦେଲେ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ମୁମ୍ବାଇ ପୋଲିସକୁ ଗାଳି କରିଥିବା ଅଭିଯୋଗ ହୋଇଛି। ଏନେଇ ନିଜେ ରବୀନା ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି କେହି ଜଣେ ମୁମ୍ବାଇ ପୋଲିସ ଓ ପରମବୀରଙ୍କୁ ଅଶ୍ଳୀଳ ଭାଷାରେ ସମାଲୋଚନା କରୁଥିବା ରବୀନା ଏତଲାରେ ଦର୍ଶାଇଛନ୍ତି।

ଜଣେ ମୁମ୍ବାଇ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ରବୀନା ଟଣ୍ଡନଙ୍କ ନାଁର ବ୍ୟବହାର କରି କେହି ଜଣେ ପରମବୀର ସିଂଙ୍କୁ ଗାଳି କରିବା ସହ ତାଙ୍କ ମର୍ଫେଡ୍ ଫଟୋ ପୋଷ୍ଟ କରୁଛି। ଏପରିକି ମୁମ୍ବାଇ ପୋଲିସ୍ ସମେତ ମରାଠୀ ଭାଷାକୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ସେ କହିଛନ୍ତି। ରବୀନା ଟଣ୍ଡନଙ୍କ ଏତଲା ପରେ ମୁମ୍ବାଇ ପୋଲିସ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି। ଭାରତୀୟ ପେନାଲ୍ କୋର୍ଡ ଅଧିନରେ ଧର୍ମୀୟ ଭାବନାକୁ ଆଘାତ କରିବା, ପ୍ରଯୁକ୍ତିବିଦ୍ୟାର ଭୁଲ ବ୍ୟବହାର ଏପରିକି ଲୋକଙ୍କୁ ହଇରାଣରେ ପକାଇବା ଆଦି ଦଫା ଲଗାଇଛି ପୋଲିସ। ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଟ୍ବିଟର ପକ୍ଷରୁ ଏହି ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି।

raveena

ସୂଚନାଯୋଗ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମୁମ୍ବାଇ ପୋଲିସ୍ କମିଶନର ପରମବୀର ସିଂହଙ୍କୁ ଲୋକେ ସମାଲୋଚନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.