ଖୋର୍ଦ୍ଧା: ୫୭ନମ୍ବର ଜାତୀୟ ରାଜପଥ ବୋଲଗଡ ଗୋପବନ୍ଧୁ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,୫ ଗୁରୁତର

ବେଗୁନିଆ(କେନ୍ୟୁଜ୍): ବୋଲଗଡ ଦେଇ ଯାଇଥିବା ୫୭ନମ୍ବର ଜାତୀୟ ରାଜପଥ ଗୋପବନ୍ଧୁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଭୋରରୁ ଘଟିଛି ଏହି ଦୁର୍ଘଟଣା।  ଏକ କାରକୁ ଅଜଣା ଗାଡି ଧକ୍କା ଦେବାରୁ କାରରେ ଥିବା ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି  ।ଗୁରୁତର ଆହତ ମାନଙ୍କୁ ପ୍ରଥମେ ବୋଲଗଡ ଚିକିତ୍ସା କେନ୍ଦ୍ରରେ ପ୍ରଥମିକ ଚିକିତ୍ସା ପରେ ସେମାନଙ୍କୁ ଖୋର୍ଦ୍ଧା ପଠାଇ ଦିଆଯାଇଛି ।

ତେବେ ଘଟଣା ସ୍ଥଳକୁ ବୋଲଗଡ ପୋଲିସ ପହଞ୍ଚି କ୍ଷତିଗ୍ରସ୍ତ କାରକୁ ଜବତ ସହ ଦୁର୍ଘଟଣା ଘଟାଇ ଥିବା ଗାଡିକୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି  ।

Leave A Reply

Your email address will not be published.