Below header

ଆରଟିଓ ଅଫିସରେ ଥିବା ସମୟରେ ଖାଉଛନ୍ତି କି ପାନ କିମ୍ବା ଗୁଟଖା? ହୋଇଯାଆନ୍ତୁ ସାବଧାନ୍, ଦେବାକୁ ପଡିପାରେ ୫୦୦ଟଙ୍କା ଜରିମାନା

ରାଉରକେଲା: ଆରଟିଓ ଅଫିସକୁ ଆସୁଥିବା କୌଣିସି ବ୍ୟକ୍ତି ପାନ, ଗୁଟଖା ଖାଉଥିବା ଧରାପଡ଼ନ୍ତି ତେବେ ତାଙ୍କଠାରୁ ୫୦୦ ଟଙ୍କା ଜରିମାନା ଆକାରରେ ଆଦାୟ କରାଯିବ । ଶୁକ୍ରବାର ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ପକ୍ଷରୁ ଜାରି ହୋଇଛି ଏହି ନୋଟିସ୍ ।

gutkhaଏବେ ଏହି ଅଫିସ କାନ୍ଥରେ ପାନଛେପରେ ଚିତ୍ରଣ ହୋଇପଡ଼ିଥିବା ବେଳେ ଏହାକୁ ସଫା କରାଯାଉଛି । ଏହି କଟକଣା ଜାରି ହେବା ପରେ ଆଗକୁ ଅଫିସ ପରିସର ପରିଷ୍କାର ରହିବା ସହିତ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇପାରିବ । ଉଭୟ ଅଫିସ କର୍ମଚାରୀ ଏବଂ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କର ଗତିବିଧୀକୁ ନଜର ରଖିବ ଅଫିସରେ ଲଗାଯାଇଥିବା ସିସିଟିଭି କ୍ୟାମେରା ।

banଶୁକ୍ରବାର ଦିନ ଜଣେ ବ୍ୟକ୍ତି ଏହି ନିୟମର ବିରୁଦ୍ଧାଚରଣ କରିବା ଯୋଗୁଁ ତାଙ୍କ ନାମରେ ୫୦୦ ଟଙ୍କାର ଏକ ଚାଲାଣ କଟାଯାଇଥିବାର ସୂଚନା ମିଳିଛି । ରାଉରକେଲା ଆରଟିଓ ଅଫିସରେ ଶୁକ୍ରବାର ଠାରୁ ପାନ, ଗୁଡ଼ଖା ପରି ମାଦକଦ୍ରବ୍ୟ ସେବନ କରିବା ଉପରେ କଡ଼ା କଟକଣା ଜାରି ହେବା ସହିତ ଏହି ନିୟମକୁ ଭାଙ୍ଗୁଥିବା ବ୍ୟକ୍ତିଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.