Below header

 ଆଜି  ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୨୮୧ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ଆଜି  ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୫୨୮୧ ଆକ୍ରାନ୍ତ।  ଆଜିର ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।  ଆଜିର ସୁସ୍ଥଙ୍କୁ ମିଶାଇ  ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୫ ହଜାର ୧୩୨ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୫୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୩୦୮, ବାଲେଶ୍ୱରରୁ ୨୮୬, କେନ୍ଦ୍ରାପଡ଼ାରୁ ୨୮୫, ମୟୂରଭଂଜରୁ ୨୭୬, ଅନୁଗୁଳରୁ ୨୫୩, ଭଦ୍ରକରୁ ୨୪୪, ପୁରୀରୁ ୨୩୧, ବୌଦ୍ଧରୁ ୨୩୧, ସୁନ୍ଦରଗଡ଼ରୁ ୨୦୪, ଜଗତସିଂହପୁରରୁ ୧୮୭, ଢେଙ୍କାନାଳରୁ ୧୬୯, କୋରାପୁଟରୁ ୧୪୪, ନବରଂଗପୁରରୁ ୧୩୪, ନୟାଗଡ଼ରୁ ୧୦୯, ବରଗଡ଼ରୁ ୧୦୪ ଓ ରାୟଗଡ଼ାରୁ ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।


ସେହିପରି କେନ୍ଦୁଝର ଜିଲ୍ଲାରୁ ୮୪, କନ୍ଧମାଳରୁ ୭୧, ମାଲକାନଗିରିରୁ ୬୮, ସୁବର୍ଣ୍ଣପୁରରୁ ୫୭, ବଲାଙ୍ଗୀର, ଗଂଜାମ ଓ ସମ୍ବଲପୁରରୁ ୪୧ ଜଣ ଲେଖାଏଁ, ଗଜପତିରୁ ୩୧, ଝାରସୁଗୁଡ଼ାରୁ ୨୪, ଦେବଗଡ଼ରୁ ୨୧, ନୂଆପଡ଼ାରୁ ୧୫ ଓ ରାଜ୍ୟପୁଲରୁ ୧୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.