ଯାଜପୁର:୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଯାଜପୁର (କେନ୍ୟୁଜ): ୧୨ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର। ଯାଜପୁର ଜିଲ୍ଲା ବୈରୀ ଫରେଷ୍ଟ ରେଞ୍ଜ ଅଧିନ ସମିଆ ପଞ୍ଚାୟତ ପୁବୁଲି ଗାଁ ରାସ୍ତାରେ ଆଜି ସାପଟି ଚଳ ପ୍ରଚଳ କରୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ଫରେଷ୍ଟ ଗାର୍ଡ ଆଶ୍ଵିନୀ କୁମାର ସାହୁ ଓ ବନ କର୍ମଚାରୀ ରଜତ କୁମାର ମହାନ୍ତି ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରିଥିଲେ। ପରେ ସାପଟିକୁ କପିଳାସ ଜଙ୍ଗଲରେ ଛାଡି ଦିଆଯାଇଥିବା ବନ ବିଭାଗ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.