Below header

ଛାତ୍ରଛାତ୍ରୀଙ୍କ ପାଇଁ 5T ଅଧ୍ୟକ୍ଷଙ୍କ ବଡ଼ ଘୋଷଣା, +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ସ୍କଲାରସିପ ୧୦ ହଜାର ଟଙ୍କା

ଛାତ୍ରୀଙ୍କ ପାଇଁ 5T ଅଧ୍ୟକ୍ଷଙ୍କ ବଡ଼ ଘୋଷଣା। +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ସ୍କଲାରସିପ। ବର୍ଷକୁ ଛାତ୍ରୀଙ୍କୁ ୧୦ ହଜାର ଓ ଛାତ୍ରଙ୍କୁ ମିଳିବ ୯ ହଜାର ଟଙ୍କା।

ଭୁବନେଶ୍ବର :  ଛାତ୍ରଛାତ୍ରୀଙ୍କ ପାଇଁ 5T ଅଧ୍ୟକ୍ଷଙ୍କ ବଡ଼ ଘୋଷଣା। +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ସ୍କଲାରସିପ। ବର୍ଷକୁ ଛାତ୍ରୀଙ୍କୁ ୧୦ ହଜାର ଓ ଛାତ୍ରଙ୍କୁ ମିଳିବ ୯ ହଜାର ଟଙ୍କା। ଫେବ୍ରୁଆରୀ ୨୦ରୁ ୨୫ ମଧ୍ୟରେ ଆକାଉଣ୍ଟକୁ ଯିବ ଟଙ୍କା। ୯୫% ଛାତ୍ରଛାତ୍ରୀ ପାଇବେ ନୂଆ-ଓ ସ୍କଲାରସିପ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୩୦୦ କୋଟିର କର୍ପସ ଫଣ୍ଡ ରଖିଥିବା ଘୋଷଣା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନୂଆ-ଓ ମ୍ୟାଜିକ ସ୍ମାର୍ଟ କାର୍ଡ ପାଇବେ ଛାତ୍ରଛାତ୍ରୀ। ଏଥିରେ ବସ୍, ଟ୍ରେନ୍ ଓ ବିମାନ ଯାତ୍ରାରେ ପାଇବେ ରିହାତି। ଏହି କାର୍ଡ ଜରିଆରେ ମାଗଣା ୱାଇ-ଫାଇ ସୁବିଧା ପାଇବେ।

ଯାଜପୁର ଏନ୍ ସି କଲେଜ ପରିସରରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି 5T ଅଧ୍ୟକ୍ଷ। ପିଲାଙ୍କ ଆତ୍ମବିଶ୍ବାସ ବଢ଼ାଇବାକୁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଆତ୍ମବିଶ୍ବାସ ରହିଲେ ଜୀବନରେ ବହୁତ ଆଗକୁ ବଢ଼ିବ। ପ୍ରତିଯୋଗିତାରେ ଭାଗ ନେବା ଗୁରୁତ୍ବପୂର୍ଣ୍ଣ, ଜିତିବା ନୁହେଁ। ପ୍ରତିଭାର ବିକାଶ ପାଇଁ ନୂଆ-ଓ କାର୍ଯ୍ୟକ୍ରମ ସାହାଯ୍ୟ କରିବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ତେବେ ଏଭଳି ନିଷ୍ପତି ବେଶ ସ୍ୱାଗତ ଯୋଗ୍ୟ  ଓ  ଏହା ଆମକୁ ଉଛାହିତ କରିବ ବୋଲି କହିଛନ୍ତି କଲେଜ ଛାତ୍ରଛାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.