Below header

ଶ୍ରୀମନ୍ଦିର ପରିଦର୍ଶନ କଲେ 5T ଅଧ୍ୟକ୍ଷ: ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ

ପୁରୀରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିଛନ୍ତି । ଭକ୍ତଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ନେବା ସହିତ ମଠ ଗୁଡିକର ପୁନଃରୁଦ୍ଧାର କାମ ଓ ଲାଣ୍ଡସ୍କାପିଂ କାମ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପୁରୀ (କେନ୍ୟୁଜ): ପୁରୀରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିଛନ୍ତି । ଭକ୍ତଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ନେବା ସହିତ ମଠ ଗୁଡିକର ପୁନଃରୁଦ୍ଧାର କାମ ଓ ଲାଣ୍ଡସ୍କାପିଂ କାମ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସକାଳ ୫ଟାରୁ ୭ ଟା ପର୍ଯ୍ୟନ୍ତ ସମୀକ୍ଷା କରିବା ସହ ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲିବା ସହ ଭକ୍ତଙ୍କ ସହ ଆଲୋଚନା କରିଛନ୍ତି । ଦୋଳବେଦି ଅଞ୍ଚଳର ତ୍ଵରିତ ବିକାଶ, ଏମାର ମଠ,ପଞ୍ଜାବୀ ମଠ ଆଦିର ପୁନଃରୁଦ୍ଧାର, ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗର ପେଣ୍ଟିଂ କାମ ଆଗେଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଭକ୍ତଙ୍କ ଦର୍ଶନ ପାଇଁ ମରୀଚି କୋଟ ଛକଠାରୁ ଧାଡ଼ି ଆରମ୍ଭ ସହିତ ସିଂହଦ୍ଵାର ଠାରୁ ମରୀଚି କୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରୁ ଭେଣ୍ଡିଂ ଜୋନ୍ ହଟାଇ ଅନ୍ୟତ୍ର ଥଇଥାନ ପାଇଁ ପରାମର୍ଶ ଦେଇଛନ୍ତି । ସେଭଳି ଶ୍ରୀ ମନ୍ଦିର ଉତ୍ତର, ଦକ୍ଷୀଣ ଓ ପଶ୍ଚିମ ପାର୍ଶ୍ୱର ଲାଣ୍ଡସ୍କାପିଂ କାମ ଡିସେମ୍ବର ୯ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଠପୁନଃ ନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ, ମେଘନାଦ ପାଚେରୀ ନିକଟରେ ଇଲେକ୍ଟ୍ରିକାଲ କାମକୁ ଶୀଘ୍ର ସାରିବା, ବିଭିନ୍ନ ପୋଲ, ତାର ଓ ଅନ୍ୟାନ୍ୟ ସେବା ବ୍ୟବସ୍ଥାକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍ ସମୟରେ ସରିବା ଉପରେ 5T ଅଧ୍ୟକ୍ଷ ଗୁରୁତ୍ବ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.