ବକ୍ସ ଅଫିସ୍‌ରେ କମାଲ୍‌ କରୁଛି ବିକି କୌଶଲଙ୍କ ଫିଲ୍ମ ‘ସାମ୍‌ ବାହାଦୂର’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ ଇନ୍‌କମ୍‌

ଫିଲ୍ମ ‘ସାମ୍‌ ବାହାଦୂର’ ଗତ କାଲି ରିଲିଜ୍‌ ହୋଇଛି । ପ୍ରଥମ ଦିନରେ ବହୁତ ହିଁ ଭଲ ଇନ୍‌କମ୍‌ କରିଛି । ତେବେ ଆସନ୍ତୁ ଜାଣିବା ଯେ ବିକି କୌଶଲଙ୍କ ଫିଲ୍ମ ଫାଷ୍ଟ ଡେ ରେ କେତେ କଲେକ୍ସନ୍‌ କରିଛି ।

ବଲିଉଡ ଅଭିନେତା ବିକି କୌଶଲଙ୍କ ଫିଲ୍ମ ‘ସାମ୍‌ ବାହାଦୂର’ ଗତ କାଲି ରିଲିଜ୍‌ ହୋଇଛି । ଭାରତୀୟ ସେନାର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମନେକେଶଙ୍କ ରିୟଲ ଲାଇଫ୍‌ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ଦର୍ଶକଙ୍କୁ ବହୁତ ପଜେଟିଭ୍‌ ରିଭ୍ୟୁ ଦେଇଛନ୍ତି । ଏହି ଫିଲ୍ମଟି ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ସହିତ ସିନେମା ହଲ୍‌ରେ ରିଲିଜ୍‌ ହୋଇଛି । ଏହି ଦୁଇଟି ଫିଲ୍ମକୁ ଫ୍ୟାନ୍ସଙ୍କର ଅନେକ ଭଲ ପାଇବା ମିଳୁଛି । ଫିଲ୍ମ ‘ସାମ୍‌ ବାହାଦୂର’ ପ୍ରଥମ ଦିନରେ ବହୁତ ହିଁ ଭଲ ଇନ୍‌କମ୍‌ କରିଛି । ତେବେ ଆସନ୍ତୁ ଜାଣିବା ଯେ ବିକି କୌଶଲଙ୍କ ଫିଲ୍ମ ଫାଷ୍ଟ ଡେ ରେ କେତେ କଲେକ୍ସନ୍‌ କରିଛି ।

ଫିଲ୍ମ ‘ସାମ୍‌ ବାହାଦୂର’କୁ ମେଘନା ଗୁଲଜାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଫିଲ୍ମରେ ବିକି କୌଶଲ ସାମ ମନେକଶାଙ୍କ ଭୂମିକାରେ ନଜର ଆସିଛନ୍ତି । ବିକିଙ୍କୁ ଏହି ଚରିତ୍ରରେ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି । ଏହା ସହ ସୋସିଆଲ ମିଡିଆରେ ମଧ୍ୟ ବିକିଙ୍କର ଅନେକ ପ୍ରଶଂସା କରାଯାଉଛି । ଫିଲ୍ମ ‘ସାମ୍‌ ବାହାଦୂର’ ର ପ୍ରଥମ ଦିନର ରୋଜଗାର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଫିଲ୍ମ ପ୍ରଥମ ଦିନରେ ୫.୫୦ କୋଟି ଟଙ୍କା ଇନ୍‌କମ୍‌ କରିଛି । ଏହା ସହ ଫିଲ୍ମଟି ବିକି କୌଶଲଙ୍କ କ୍ୟାରିୟରର ତୃତୀୟ ସବୁ ଠାରୁ ବଡ ଓପ୍‌ରନ୍‌ ହୋଇଛି । ବିକିଙ୍କ ପ୍ରଥମ ଓପରନ୍‌ ଫିଲ୍ମ ‘ଉରି’ (ସର୍ଜିକାଲ୍‌ ଷ୍ଟ୍ରାଇକ୍‌) ଥିଲା । ଏହି ଫିଲ୍ମଟି ଫାଷ୍ଟ ଦିନରେ ୮.୨୦ କୋଟି ଟଙ୍କା ରୋଜଗାର କରିଥିଲା । ଦ୍ୱିତୀୟ ଫିଲ୍ମ ‘ରାଜି’ ଥିଲା, ଯାହା ରିଲିଜ ହେବାର ପ୍ରଥମ ଦିନରେ ୭. ୫୩ କୋଟି ଟଙ୍କା ରୋଜଗାର କରିଥିଲା ।

ତେବେ ଫିଲ୍ମକୁ ନେଇ ଆଶା କରାଯାଉଛି ଯେ ଫିଲ୍ମଟି ଆଗକୁ ଯାଇ ବହୁତ ଭଲ ଇନ୍‌କମ୍‌ କରିବ ବୋଲି । ଏହା ସହ ବିକିଙ୍କ ଫ୍ୟାନ୍ସ ମଧ୍ୟ ଏହି ଫିଲ୍ମ ପାଇଁ ତାଙ୍କୁ ବହୁତ ଭଲ ପାଇବା ଦେଉଛନ୍ତି । ଏପରି ମଧ୍ୟ ଫିଲ୍ମ ‘ସାମ୍‌ ବାହାଦୂର’ କୁ ନେଇ ଦର୍ଶକ ଅନେକ ପଜେଟିଭ୍‌ ରିଭ୍ୟୁ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.