ବିଦା ହେଲେ ବୈପାରୀଗୁଡ଼ା IIC, ଚାକିରିରୁ ବହିଷ୍କାର କଲେ ଡିଜିପି

ବୈପାରୀଗୁଡ଼ା ଥାନା IIC ସୁଶାନ୍ତ ଶତପଥୀ ଚାକିରୀରୁ ବହିଷ୍କୃତ । ଭିଜିଲାନ୍ସ ଜାଲରେ ଧରାପଡିବା ପରେ ତାଙ୍କୁ ବହିଷ୍କାର କଲେ ଡିଜିପି ।ସୁଶାନ୍ତଙ୍କ ଘରୁ ଭିଜିଲାନ୍ସ ଜବତ କରିଥିଲା ୩୭ ଲକ୍ଷରୁ ଊର୍ଦ୍ଧ୍ବ ନଗଦ କ୍ୟାସ।

କଟକ (କେନ୍ୟୁଜ): ବୈପାରୀଗୁଡ଼ା ଥାନା IIC ହେଲେ ଚାକିରିରୁ ବହିଷ୍କୃତ। ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କାର କଲେ ଡିଜିପି। ଗତ ୨୮ ତାରିଖରେ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଥିଲେ ଆଇଆଇସି। ସୁଶାନ୍ତଙ୍କ ଘରୁ ଭିଜିଲାନ୍ସ ଜବତ କରିଥିଲା ୩୭ ଲକ୍ଷରୁ ଊର୍ଦ୍ଧ୍ବ ନଗଦ କ୍ୟାସ।

ସୂଚନା ଅନୁସାରେ ଵହିଷ୍କୃତ ଆଇଆଇସି ସୁଶାନ୍ତ ଶତପଥିଙ୍କ ନାଁରେ ଥିଲା ଏକାଧିକ ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ୨୦୧୨ ରେ ଜଗତସିଂହପୁର ଏସପି ବ୍ଲାକ ମାର୍କ ଦେଇଥିଲେ। ୨୦୧୮ରେ କଟକ ଗ୍ରାମାଞ୍ଚଳରେ କାମ କଲା ବେଳେ ମଧ୍ୟ ଥିଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ୨୦୨୦ରେ ରାୟଗଡାରେ କାମ କଲା ବେଳେ ଏସପି ପକ୍ଷରୁ ମଧ୍ୟ ହୋଇଥିଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ୨୦୨୦ ଜାନୁଆରୀ ୩୦ରେ ରାୟଗଡା ଏସପିଙ୍କ ଦ୍ଵାରା ପୂର୍ବରୁ ନିଲମ୍ବିତ ମଧ୍ୟ ହୋଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.