ବଡ଼ଦାଣ୍ଡରେ ଖୁବଶୀଘ୍ର ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା, ସିଧାସଳଖ ସିଂହଦ୍ୱାର ପର୍ଯ୍ୟନ୍ତ ପହଞ୍ଚିପାରିବେ ଭକ୍ତ

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତଙ୍କୁ ମିଳିବ ଭିନ୍ନ ଅନୁଭୂତି । ଆସନ୍ତା ନୂଆ ବର୍ଷରୁ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁଗମ ହୋଇପାରିବ ବୋଲି ଜାଣିବାକୁ ମିଳିଛି । ବଡ଼ ଦାଣ୍ଡରେ ଖୁବଶୀଘ୍ର ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା । ଏହି ଟନେଲ ଦେଇ ସିଂହଦ୍ୱାର ପର୍ଯ୍ୟନ୍ତ ପହଞ୍ଚିପାରିବେ ଭକ୍ତ । 

ପୁରୀ (କେନ୍ୟୁଜ) : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତଙ୍କୁ ମିଳିବ ଭିନ୍ନ ଅନୁଭୂତି । ଆସନ୍ତା ନୂଆ ବର୍ଷରୁ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁଗମ ହୋଇପାରିବ ବୋଲି ଜାଣିବାକୁ ମିଳିଛି । ବଡ଼ ଦାଣ୍ଡରେ ଖୁବଶୀଘ୍ର ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା । ଏହି ଟନେଲ ଦେଇ ସିଂହଦ୍ୱାର ପର୍ଯ୍ୟନ୍ତ ପହଞ୍ଚିପାରିବେ ଭକ୍ତ । ବଡ଼ଦାଣ୍ଡରେ ସେଂଟ୍ରାଲ୍ ଏସି ଟନେଲରେ ଭକ୍ତଙ୍କୁ ସିଂହଦ୍ୱାର ପର୍ଯ୍ୟନ୍ତ ନେବାକୁ ବ୍ୟବସ୍ଥା କରାଯାଇଛି । ଯେଉଁ ରାସ୍ତା ଦେଇ ଭକ୍ତମାନେ ସିଧାସଳଖ ସିଂହଦ୍ୱାର ନିକଟରେ ପହଞ୍ଚିପାରିବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ପାର୍କିଂ ପାଇଁ ୩ଟି ମଲ୍ଟି ପାର୍କିଂ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ଡିସେମ୍ବର ୫ ତାରିଖ ସୁଦ୍ଧା ମରିଚିକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦୋକାନୀମାନଙ୍କୁ ଶ୍ରୀସେତୁ ନିକଟରେ ଥଇଥାନ କରିବାକୁ ଯୋଜାନ କରାଯାଇଛି । ସେହିପରି ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ଦେବାକୁ ଯୋଜନା ହୋଇଛି । ଉଠାଦୋକାନ ହଟାଇ ସିଂହଦ୍ୱାର ପର୍ଯ୍ୟନ୍ତ ଏକ ଏସି ଟନେଲ ବା’ ଲମ୍ବା ଛାୟାପ୍ରଦ ଛାଉଣି କରାଯିବ । ଏଥିରେ ସେଂଟ୍ରାଲ୍ ଏସି ବ୍ୟବସ୍ଥା ରହିବ । ଭକ୍ତମାନଙ୍କ ବିଶ୍ରାମ ପାଇଁ ମଝିରେ ମଝିରେ ବସିବା ପାଇଁ ମଧ୍ୟ ବ୍ୟବସ୍ଥା ରହିବ ।

ଏପଟେ ପୁରୀ ଆସୁଥିବା ଭକ୍ତ ଓ ଦର୍ଶନାର୍ଥୀଙ୍କ ପାଇଁ ଖୋଲିଛି ଜେଲରୋଡ୍ ମଲ୍ଟି ଲେବଲ୍ କାର ପାର୍କିଂ । ଅତିରିକ୍ତ ଜିଲ୍ଲପାଳ ଏହାର ଶୁଭ ଉଦଘାଟନ କରିଛନ୍ତି । ଦର୍ଶକବନ୍ଧୁ ସବୁଠୁ ବଢ଼ିଆ କଥା କଣ ଜାଣିଛନ୍ତି ଏହି ପାର୍କିଂରେ ପ୍ରାୟ ୫ଶହ କାର୍ ଓ ୫ଶହ ବାଇକ୍ ଏକକାଳୀନ ରହିପାରିବ । ଜଗନ୍ନାଥ ବଲ୍ଲଭ ପାର୍କିଂ ଫୁଲ୍ ହୋଇଯିବା ପରେ ଏହି ମଲ୍ଟି ଲେବଲ ପାର୍କିଂକୁ ବ୍ୟବହାର କରାଯାଇଛି । ଭୁବନେଶ୍ୱର ପରେ ଓଡ଼ିଶାର ଏହା ଦ୍ୱିତୀୟ ମଲ୍ଟି ଲେବଲ୍ କାର ପାର୍କିଂ । ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ କାର୍ତ୍ତିକ ପୁର୍ଣ୍ଣମୀ ଓ ପଞ୍ଚକ ଦର୍ଶନ ସମୟରେ ଭକ୍ତମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଥିଲା । ଏହାରି ଭିତରେ ନୂଆ ବର୍ଷରେ ନୂଆ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ । ତେବେ ଏହି କାର୍ଯ୍ୟ କେବେଠାରୁ ଆରମ୍ଭ ହେବ ସେ ନେଇ ସୂଚନା ଦିଆଯାଇ ନାହିଁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.