ନୂଆପଡ଼ାରେ ମାଓ ପୋଷ୍ଟର ଓ ବ୍ୟାନର ଠାବ, ପିଏଲଜିଏ ୨୩ ବର୍ଷ ପୂର୍ତ୍ତି ପାଳନ କରିବାକୁ ଆହ୍ୱାନ

ପୋଷ୍ଟର ଓ ବ୍ୟାନର ଠାବ । ନୂଆପଡ଼ା ଜିଲ୍ଲା ସାରାବଙ୍ଗ ଗାଁର ଶିବ ମନ୍ଦିର, ମାର୍କେଟ କମ୍ପ୍ଲେକ୍ସ, ମଦଭାଟି ଓ ବିଦ୍ୟୁତ ଖୁଣ୍ଟଗୁଡିକରେ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ସମସ୍ତ ନାଲି ବ୍ୟାନରକୁ ଉଦ୍ଧାର କଲା ନୂଆପଡା ପୋଲିସ ।

ନୂଆପଡ଼ା (କେନ୍ୟୁଜ): ପୋଷ୍ଟର ଓ ବ୍ୟାନର ଠାବ । ନୂଆପଡ଼ା ଜିଲ୍ଲା ସାରାବଙ୍ଗ ଗାଁର ଶିବ ମନ୍ଦିର, ମାର୍କେଟ କମ୍ପ୍ଲେକ୍ସ, ମଦଭାଟି ଓ ବିଦ୍ୟୁତ ଖୁଣ୍ଟଗୁଡିକରେ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ସମସ୍ତ ନାଲି ବ୍ୟାନରକୁ ଉଦ୍ଧାର କଲା ନୂଆପଡା ପୋଲିସ । ପିଏଲଜିଏର ୨୩ ବର୍ଷ ପୂର୍ତ୍ତି ଅବସରରେ ୨ ରୁ ୮ ଡିସେମ୍ବର ପର୍ଯ୍ୟନ୍ତ ଜୋର ସୋର ରେ ପାଳନ କରିବାକୁ ଅପିଲ। କରାଯାଇଛି l

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଛି । ଲଗାଯାଉଥିବା ବ୍ୟାନରରେ ଯୁବକ ଯୁବତୀଙ୍କୁ ଭର୍ତ୍ତି ହେବାପାଇଁ ଅନୁରୋଧ କରିଛନ୍ତି । ଏହାସହ ଜନମୁକ୍ତି ଛାପାମାର ସେନା ଜିନ୍ଦାବାଦ, ନବ ଯାନବାଦୀ କ୍ରାନ୍ତି ଜିନ୍ଦାବାଦ ଲେଖା ରହିଛି ବ୍ୟାନରରେ । ପୋଷ୍ଟର ଦେଖି ଭୟଭୀତ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ନୂଆପଡା ପୋଲିସ ପହଞ୍ଚି ମାଓ ପୋଷ୍ଟର ଓ ବ୍ୟାନର ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.