ସକାଳୁ ସକାଳୁ ଭୂକମ୍ପରେ ଥରିଲା ବାଂଲାଦେଶ, ତୀବ୍ରତା ୫.୬ ; ଭାରତରେ ଝଟକା ମଧ୍ୟ ଅନୁଭୂତ

ବାଂଲାଦେଶରେ ୫.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭାରତୀୟ ସମୟ ସକାଳ ୯ଟା ୫ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ତେବେ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ଭୂକମ୍ପରେ ଥରିଲା ବାଂଲାଦେଶ । ୫.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭାରତୀୟ ସମୟ ସକାଳ ୯ଟା ୫ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା । ଆଜି ସକାଳେ ଦେଶର ଉତ୍ତର ପ୍ରଦେଶର ଲଦାଖରେ ଏକ ଭୂକମ୍ପ ଘଟିଛି । ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୩.୪ ରେ ମାପ କରାଯାଇଥିଲା । ତେବେ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ରାଜଧାନୀ ଢାକା ସମେତ କିଛି ଅଞ୍ଚଳରେ ଭୂକମ୍ପ ପରେ ଘରଦ୍ବାର ଥରି ଉଠିଥିଲା । ଭୟରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ । ୟୁନାଇଟେଡ ଷ୍ଟେଟସ ଅଫ Geological Surveyର ସୂଚନା ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ଲକ୍ଷ୍ମୀପୁର ଥିଲା । ଗତ ଜାନୁଆରୀରୁ ଛଅ ଥର ୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଅକ୍ଟୋବର ୨ ତାରିଖରେ ଶେରପୁର ଅଞ୍ଚଳରେ ୫.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.