ପୋଖରୀରେ ବୁଡ଼ି ଭାଇ-ଭଉଣୀଙ୍କ ସଲିଳ ସମାଧି, ଗାଁରେ ଶୋକାକୂଳ ପରିବେଶ

ଗାଧୋଇବା ବେଳେ ଭାଇ ଭଉଣୀଙ୍କ ସଲିଳ ସମାଧି । ପୋଖରୀରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ । ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି ।

ମୟୁରଭଞ୍ଜ (କେନ୍ୟୁଜ): ଗାଧୋଇବା ବେଳେ ଭାଇ ଭଉଣୀଙ୍କ ସଲିଳ ସମାଧି । ପୋଖରୀରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ । ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକମାନେ ହେଲେ ସ୍ବର୍ଗତ ଲବ ମାଝୀଙ୍କ ୬ବର୍ଷ ଝିଅ ମାଲ ମାଝୀ ଓ ୨ବର୍ଷର ପୁଅ କାର୍ତ୍ତିକ ମାଝୀ। ସେମାନେ ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ । ଏତିକିବେଳେ ପାଣିରେ ବୁଡି ଯାଇଥିଲେ ଭାଇ ଭଉଣୀ। ମୃତଦେହ ଉଦ୍ଧାର କରି ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲକୁ ଅଣାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.