Below header

ଗଜପତିରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଲୋକଙ୍କୁ ଜଣାଇଲେ ୫ ଟି ସଚିବ, ଜୟପୁର ବିଜୁ ଏକ୍ସପ୍ରେସ୍ ୱେ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୫୧୭୮ କୋଟି

ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତର ପ୍ରଥମ ଦିନରେ ହେଲିକପ୍ଟର ଯୋଗେ ମୋହନା ନିର୍ବାଚନ ମଣ୍ଡଳୀ ର ମୋହନା ଠାରେ ଆସି ପହଞ୍ଚିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ l ଭୁବନେଶ୍ୱର ରୁ ହେଲିକପ୍ଟର ଯୋଗେ ଆସିବା ସହ ଅପରାହ୍ନ ୫ ଟାରେ  ମୋହନା ହାଇସ୍କୁଲ ପଡ଼ିଆରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ ରେ ଅବତରଣ କରିଥିଲେ l ଏହାପରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଘୋଷଣା କରାଯାଇଥିବା  ବ୍ରହ୍ମପୁର - ଜୟପୁର ବିଜୁ ଏକ୍ସପ୍ରେସ ୱେ ର ଅନୁଧ୍ୟାନ କରିବା ସହ ପ୍ରକଳ୍ପ ସମ୍ପର୍କ ରେ ଜନସାଧାରଣ ଙ୍କୁ ସୂଚନା ଦେଇଥିଲେ,

ମୋହନା (କେନ୍ୟୁଜ): ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତର ପ୍ରଥମ ଦିନରେ ହେଲିକପ୍ଟର ଯୋଗେ ମୋହନା ନିର୍ବାଚନ ମଣ୍ଡଳୀ ର ମୋହନା ଠାରେ ଆସି ପହଞ୍ଚିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ l ଭୁବନେଶ୍ୱର ରୁ ହେଲିକପ୍ଟର ଯୋଗେ ଆସିବା ସହ ଅପରାହ୍ନ ୫ ଟାରେ  ମୋହନା ହାଇସ୍କୁଲ ପଡ଼ିଆରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ ରେ ଅବତରଣ କରିଥିଲେ l

ଏହାପରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଘୋଷଣା କରାଯାଇଥିବା  ବ୍ରହ୍ମପୁର – ଜୟପୁର ବିଜୁ ଏକ୍ସପ୍ରେସ ୱେ ର ଅନୁଧ୍ୟାନ କରିବା ସହ ପ୍ରକଳ୍ପ ସମ୍ପର୍କ ରେ ଜନସାଧାରଣ ଙ୍କୁ ସୂଚନା ଦେଇଥିଲେ, ବିଜୁ ଏକ୍ସପ୍ରେସ୍ ୱେ ଯୋଜନା ରେ ବ୍ରହ୍ମପୁର – ଜୟପୁର ଚାରି ଲେନ୍ ବିଶିଷ୍ଟ ରାସ୍ତା ମୋହନା ମଧ୍ୟଦେଇ ଯିବ ଏଥିନିମନ୍ତେ ଖର୍ଚ୍ଚ ହେବ 5 ହଜାର 178 କୋଟି ଏବଂ 3ବର୍ଷ ମଧ୍ୟରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି 5 T ସଚିବ l

ପରେ ସନ୍ଧ୍ୟା ୬ ଟା ସମୟରେ ହେଲିକପ୍ଟର ଯୋଗେ ଯାଇ ଜିରାଙ୍ଗ ପଦ୍ମ ସମ୍ଭବ ବୌଦ୍ଧ ବିହାର ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ ରେ ଅବତରଣ କରିଥିଲେ 5 ଟି ସଚିବ l ସେଠାର ଗଜପତି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ର ଛାତ୍ରୀ , ବିଭିନ୍ନ ସଂସ୍ଥା, ଓ ସଂଗଠନ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି l ଏଥିସହ ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଉପରେ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ପାଣ୍ଡିଆନ୍ l

ଏହାପରେ ଚନ୍ଦ୍ରଗିରି ମଲ୍ଟି ତିବ୍ବତିଆନ୍ କୋପରଟିଭ୍ ସୋସାଇଟି ବଙ୍ଗଳାରେ ରାତ୍ରୀ ଯାପନ କରିବେ 5 ଟି ସଚିବ l ବୁଧବାର ସକାଳ ୬ ଟା ରେ  ଜିରାଙ୍ଗ ବୌଦ୍ଧ ମନ୍ଦିର ରେ ପୂଜାର୍ଚ୍ଚନା କରିବା ସହ ତିବତିୟ କମୁନିଟି ସହ ଆଲୋଚନା କରିବେ l

ସକାଳ 7.45 ରେ କାର ଯୋଗେ ଯାଇ ଛେଳିଗଡ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବେ ଏବଂ ସେଠାରେ  ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ l ଏହାପରେ ପୂର୍ବାହ୍ନ 9.30ରେ ପୁଣି ଜିରାଙ୍ଗ ବୌଦ୍ଧ ମନ୍ଦିର କୁ ଫେରି ହେଲିକପ୍ଟର ଯୋଗେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ଗୁମ୍ମା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.