ଛୋଟ ଅବହେଳା ପଡିପାରେ ଭାରି, କୁଲର ଚଲାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍‌

ଆସନ୍ତୁ ଜାଣିବା କିପରି ଆପଣ କରେଣ୍ଟ ଲାଗିବା ଠାରୁ ନିଜକୁ ରକ୍ଷା କରିପାରିବେ ।

ବର୍ତ୍ତମାନ ଚାରିଆଡେ ଭିଷଣ ଗରମ । ଆଉ ଗରମରୁ ମୁକ୍ତି ପାଇବାକୁ ଲୋକମାନେ ବହୁତ ପ୍ରକାର ଉପକରଣ ସବୁ ବ୍ୟବହାର କରୁଛନ୍ତି । ଏସି କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନହେଉଥିବାରୁ ପ୍ରାୟତଃ ଲୋକମାନେ କୁଲରକୁ ଅଧିକ ବ୍ୟବହାର କରୁଛନ୍ତି । କିନ୍ତୁ କୁଲର ଦ୍ୱାରା ଅନେକ ଘଟଣା ସାମ୍ନାକୁ ଆସୁଛି । କୁଲର ବ୍ୟବହାରର ଏକ ବଡ ବିପଦ ହେଉଛି କରେଣ୍ଟ ଲାଗିବା । ପ୍ରତି ବର୍ଷ ପ୍ରାୟ ୧୦, ୧୨ ଘଟଣା ଏହାକୁ ନେଇ ଦେଖିବାକୁ ମିଳୁଛି । କୁଲରର ବ୍ୟବହାର କରିବା ସମୟରେ କିଛି ସାବଧାନତା ରଖିବା ବହୁତ ଜରୁରୀ । ନିକଟରେ ଘଟିଥିବା ଏକ ଘଟଣାରେ, ଛତିଶଗଡର ବାଲୋଦରେ ଜଣେ ୩୫ ବର୍ଷିୟ ଯୁବକଙ୍କର ମୃତ୍ୟୁ କୁଲରରେ କରେଣ୍ଟ ଲାଗିବା କାରଣରୂ ହୋଇଛି । ଏହି ଦୁର୍ଘଟଣା କୁଲର ଚାଲୁ କରିବା ସମୟରେ ହୋଇଛି । କୁଲରର ବଡିରେ କରେଣ୍ଟ ଆସୁଥିଲା ଏବଂ ଯୁବକ ଏହାର ସଂସ୍ପର୍ଶରେ ଆସିଗଲେ । ତେବେ ଆସନ୍ତୁ ଜାଣିବା କିପରି ଆପଣ କରେଣ୍ଟ ଲାଗିବା ଠାରୁ ନିଜକୁ ରକ୍ଷା କରିପାରିବେ ।

ସଠିକ େଓ୍ଵୟାରିଙ୍ଗ୍‌

ନିଜ କୁଲରର ସଠିକ ଓ୍ଵାୟରିଙ୍ଗକୁ ସୁନିଶ୍ଚିତ କରନ୍ତୁ ଏବଂ ଜଣେ ଭଲ ଇଲେକଟ୍ରିସିଆନଙ୍କୁ ଡକାଇ ଏହାର ଯାଞ୍ଚ୍‌ କରାନ୍ତୁ । ଭଲ େଓ୍ଵୟାରିଙ୍ଗ ଦ୍ୱାରା କରେଣ୍ଟର ପ୍ରେସରକୁ କମ୍‌ କରାଯାଇ ହେବ ।

ଠିକ ସ୍ଥାନରେ ରଖିବା

କୁଲରକୁ ଉଚିତ ସ୍ଥାନରେ ରଖନ୍ତୁ ଏବଂ ସୁନିଶ୍ଚିତ କରନ୍ତୁ ଯେ ଏହା ବିଦ୍ୟୁତ ଠାରୁ ସୁରକ୍ଷିତ ରହିଛି । ଏହାକୁ ନମନୀୟତା ଏବଂ ପାଣି ଠାରୁ ଦୂରେଇ ରଖନ୍ତୁ ।

ଗ୍ରାଉଣ୍ଡିଂ ଯାଞ୍ଚ୍‌ କରନ୍ତୁ

ନିଜ କୁଲରକୁ ଗ୍ରାଉଣ୍ଡ କରିବା ପାଇଁ ଯାଞ୍ଚ୍‌ କରନ୍ତୁ । ଗ୍ରାହଉଣ୍ଡିଙ୍ଗ ଏହା ସୁନିଶ୍ଚିତ କରାଇବ ଯେ କୁଲରରେ କରେଣ୍ଟ ଆସିବା ସ୍ଥିତିରେ ଆପଣ କେତେ ସୁରକ୍ଷିତ ଅଛନ୍ତି ।

ପାଣିକୁ ସତର୍କ ରୁହନ୍ତୁ

କୁଲରେ ପାଣି ଠାରୁ ନିଜକୁ ସତର୍କ କରି ରଖନ୍ତୁ । ଖାସକରି ଆପଣ ଏହାକୁ ଯେତେବେଳେ ଚାଲୁ କିମ୍ବା ବନ୍ଦ କରିବେ, ଏହାକୁ ଓଦା ହାତରେ କିମ୍ବା ଅନିୟନ୍ତ୍ରିତ ତରିକାରେ ଭରନ୍ତୁନାହିଁ ।

ଯଦି କରେଣ୍ଟ ଲାଗିଯାଏ ତାହେଲେ କଣ କରିବେ ଜାଣନ୍ତୁ?

ଯଦି କୌଣସି ବ୍ୟକ୍ତିଙ୍କୁ କରେଣ୍ଟ ଲାଗିଯାଏ, ତାହେଲେ ତାଙ୍କୁ ସିଧାସଳଖ ଛୁଅଁନ୍ତୁ ନାହିଁ । ଏହାବଦଳରେ ବାଡି କିମ୍ବା ରବରର ଉପଯୋଗ କରି ଦୂରକୁ ଠେଲି ଦିଅନ୍ତୁ । କରେଣ୍ଟରେ ହୋଇଯାଇଥିବା ବର୍ନ ବହୁତ ଗମ୍ଭୀର ହୋଇଥାଏ । ଏହାର ପ୍ରଭାବ ନର୍ଭସ୍‌ ସିଷ୍ଟମ ଉପରେ ପଡିଥାଏ । ଏଥିପାଇଁ କରେଣ୍ଟରେ ଆସିଥିବା ଶରୀର ଅଂଶକୁ ସଫା ପଟିରେ ବାନ୍ଧି ଦିଅନ୍ତୁ । ପୀଡିତ ବ୍ୟକ୍ତିଙ୍କୁ ଆରାମଦାୟକ ସ୍ଥିତିରେ ଶୁଆଇ ଦିଅନ୍ତୁ ଏବଂ ତପ୍ତରତାର ସହ ତୁରନ୍ତ ହିଁ ଆମ୍ବୁଲାନ୍ସକୁ ଫୋନ କରନ୍ତୁ ଚିକିତ୍ସା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.