Bloomberg ଧନୀ ତାଲିକା: ପୁଣି ଜୁକରବର୍ଗଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ, ୨ଟି ସ୍ଥାନ ଖସିଲେ ଗୌତମ ଅଦାନୀ
ଦୁନିଆର ଟପ୍ ଅରବପତି (ବିଲିୟନେୟର୍ସ) ତାଲିକାରେ ଏକ ବୃହତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏଠାରେ ଆଉ ଜଣେ ଭାରତୀୟ ଉଦ୍ଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି।
ଦୁନିଆର ଟପ୍ ଅରବପତି (ବିଲିୟନେୟର୍ସ) ତାଲିକାରେ ଏକ ବୃହତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏଠାରେ ଆଉ ଜଣେ ଭାରତୀୟ ଉଦ୍ଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ସେ ଫେସ୍ବୁକର ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ଦେଇଛନ୍ତି।
ବିଗତ ଦିନରେ ହଠାତ୍ ସମ୍ପତ୍ତିରେ ବୃଦ୍ଧି ହେତୁ ଜୁକରବର୍ଗ ଧନୀ ତାଲିକାରେ ଦ୍ୱାଦଶ ସ୍ଥାନରେ ପହଞ୍ଚିଥିଲେ। ସେପଟେ ଅଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ଗୌତମ ଅଦାନୀଙ୍କୁ ପୁଣିଥରେ ବଡ଼ ଝଟ୍କା ଲାଗିଛି। ସେ ତାଲିକାରେ ୨ଟି ସ୍ଥାନ ତଳକୁ ଖସି ଆସିଛନ୍ତି।
Bloomberg Billionaires Index ମୁତାବକ, ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ଗତ ୨୪ ଘଣ୍ଟାରେ ୧.୪ ବିଲିୟନ ଡଲାର ବା ୧୧,୪୮୮ କୋଟି ଟଙ୍କାର ବୃଦ୍ଧି ଘଟିଛି। ଏହି ବୃଦ୍ଧି ସହିତ ଅମ୍ବାନୀଙ୍କର ମୋଟ ନେଟ୍ଓ୍ଵର୍ଥ ବୃଦ୍ଧି ପାଇ ୮୫.୮ ବିଲିୟନ ଡଲାରରେ ପହଞ୍ଚିଛି।
ଏହି ସମ୍ପତ୍ତି ସହିତ ମୁକେଶ ଅମ୍ବାନୀ ଏବେ ଧନୀ ତାଲିକାରେ ଗୋଟିଏ ସ୍ଥାନ ଉପରେ ଚଢ଼ି ଦ୍ୱାଦଶ ନମ୍ବରରେ ପହଞ୍ଚିଛନ୍ତି। ନେଟ୍ଓ୍ଵର୍ଥ ବୃଦ୍ଧି ହେତୁ ଅମ୍ବାନୀ ଏବେ ଫେସ୍ବୁକ (ମେଟା)ର ସିଇଓ ମାର୍କ ଜୁକରବର୍ଗଙ୍କଠୁ ଆଗରେ ଅଛନ୍ତି। ଯଦିଓ ଦୁଇ ଅରବପତିଙ୍କ ସମ୍ପତ୍ତିରେ ବହୁତ ମାମୁଲି ଅନ୍ତର ରହିଛି।