୫୦୦ ଥର କ୍ରାସ ହୋଇଛି ବାୟୁସେନା ଯୁଦ୍ଧବିମାନ ମିଗ୍‌-21, କେବେ ନେବ ଅବସର

ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ମିଗ-21 କ୍ରାସ । ଏହି ଦୁର୍ଘଟଣାରେ ୩ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ପ୍ରାୟ ୫୦୦ରୁ ଅଧିକ ଥର ଏହି ବିମାନ କ୍ରାସ ହୋଇ ସାରିଲାଣି । ଦୁର୍ଘଟଣାରେ ପ୍ରାୟ ୨୦୦ ପାଇଲଟ ଓ ୫୦ ନାଗରିକଙ୍କ ମୃତ୍ୟୁ ହୋଇଛି । ୬୦ ଦଶକରେ ନିର୍ମିତ ମିଗ୍‌-21 ସେ ସମୟର ସବୁଠୁ ଦ୍ରୁତ ବେଗରେ ଦଉଡ଼ୁଥିବା ପ୍ରଥମ ସୁପର ସୋନିକ ବିମାନ । ମିଗ୍‌-21 ସବୁଠୁ ଅଧିକ ତିଆରି ହୋଇଥିବା ଫାଇଟର ବିମାନ । ଏହି ବିମାର ୧୧ ହଜାର ୪୯୬ ୟୁନିଟକୁ ନିର୍ମାଣ କରାଯାଇଛି ।

କେନ୍ୟୁଜ୍‌(ବ୍ୟୁରୋ): ରାଜସ୍ଥାନର ହନୁମାନଗଡ଼ରେ ସୋମବାର ସକାଳେ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ମିଗ-21 କ୍ରାସ ହୋଇ ଜନବସତି ଉପରେ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୩ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଉଭୟ ପାଇଲଟ ପାରାଚୁଟ ଯୋଗେ ସୁରକ୍ଷିତ ଭାବେ ବାହାରି ଆସିବାରେ ସଫଳ ହୋଇଥିଲେ ସୁଦ୍ଧା ସାମାନ୍ୟ ଆହାତ ହୋଇଥିଲେ । ବିମାନଟି ସୁରତଗଡ଼ରୁ ଉଡାଣ ଭରିଥିଲା । ଦୁର୍ଘଟଣାର କାରଣ ଯାଞ୍ଜ କରିବା ପାଇଁ ଯାଞ୍ଚ ସମିତି ଗଠନ କରାଯାଇଛି । ମିଗ୍‌-21 ଦୁର୍ଘଟଣା ହେବାର ଇଏ ପ୍ରଥମ ଘଟଣା ନୁହେଁ । ମିଗ୍‌-21 ଦୁର୍ଘଟଣାରେ ଅନେକ ପାଇଲଟଙ୍କ ଜୀବନ ମଧ୍ୟ ଯାଇଛି । ଏଠି ପ୍ରଶ୍ନ ଉଠୁଛି କାହିଁକି ବାରମ୍ବାର ମିଗ୍‌-21 ଦୁର୍ଘଟଣାଗ୍ରସ୍ଥ ହେଉଛି । ବାରମ୍ବାର ଦୁର୍ଘଟଣା ହେଉଥିଲେ ସୁଦ୍ଧା ମିଗ୍‌-21 କାହିଁକି ଉଡ଼ାଣ ଭରୁଥିଲା । ମିଗ୍‌-21 ଉଡ଼ାଣରେ ରୋକ କାହିଁକି ଲାଗୁନାହିଁ ।

ମିଗ୍‌-21 କ୍ରାସର ଇତିହାସ

୧୯୬୦ ଦଶକରେ ଭାରତୀୟ ବାୟୁସେନାରେ ମିଗ୍‌-21କୁ ସାମଲି କରାଯାଇଥିଲା । ଆରମ୍ଭରୁ ହିଁ ଏହି ବିମାନର ସୁରକ୍ଷା ରେକର୍ଡ ଖରାପ ରହିଆସିଛି । ୬୦ ଦଶକରୁ ଏପର୍ଯ୍ୟନ୍ତ ପ୍ରାୟ ୫୦୦ରୁ ଅଧିକ ଥର ଏହି ବିମାନ କ୍ରାସ ହୋଇ ସାରିଲାଣି । ଦୁର୍ଘଟଣାରେ ପ୍ରାୟ ୨୦୦ ପାଇଲଟ ଓ ୫୦ ନାଗରିକଙ୍କ ମୃତ୍ୟୁ ହୋଇଛି ।

ବର୍ଷ ୨୦୨୧ରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟନୀ ମିଗ୍‌-21 ବିମାନ ଦୁର୍ଘଟଣାକୁ ନେଇ ବୟାନ ଜାରି କରିଥିଲେ । ସେ କହିଥିଲେ ବାୟୁ ସେନାରେ ମିଗ୍‌-21 ସାମିଲ ହେବା ପରଠୁ ୨୦୧୨ ପର୍ଯ୍ୟନ୍ତ ୪୮୨ଥର ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣା ମାନଙ୍କରେ ୧୭୧ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ଜଣ ସାଧାରଣ ନାଗାରିକଙ୍କ ମୃତ୍ୟୁ ହୋଇଥିଲା ।

ଏହା ପରଠୁ ୨୦୧୩ରେ ୨, ୨୦୧୪ରେ ୩, ୨୦୧୫ରେ ୨, ୨୦୧୬ରେ ୩, ୨୦୧୮ରେ ୨, ୨୦୧୯ରେ ୩, ୨୦୨୧ରେ ୫ ଓ ୨୦୨୨ରେ ଗୋଟିଏ ମିଗ ବିମାନ ଦୁର୍ଘଟଣା ହୋଇଛି । ସେହିପରି ୨୦୨୨ରେ ଗୋଆ କୋଷ୍ଟରେ ଜଳସେନାର ମିଗ୍‌-୨୯କେ ବିମାନ କ୍ରାସ ହୋଇଥିଲା । ପାଇଲଟ କିନ୍ତୁ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିଲେ । ଏହାପରେ ଗତକାଲି ରାଜସ୍ଥାନ ହନୁମାଗଡ଼ରେ ମିଗ୍‌-ବିମାନ କ୍ରାସ ହୋଇଛି ।

୨୦୨୧-୨୨ ବର୍ଷରେ ସବୁଠୁ ଅଧିକ ଥର ପାଇଁ ମିଗ୍‌ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଆସନ୍ତୁ ନଜର ପକାଇବା କେଉଁଠି ଓ କେବେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ୨୮ ଜୁଲାଇ ୨୦୨୨ରେ ରାଜସ୍ଥାନର ବାଡ଼ମେର ନିକଟରେ ଟ୍ରେନିଂ ସମୟରେ ମିଗ୍‌-21 ବିମାନ କ୍ରାସ ହୋଇଥିଲା । ଯେଉଁଥିରେ ଓ୍ଵିଙ୍ଗ କମାଣ୍ଡର ଏମ ରାଣା ଓ ପାଇଲଟ ଲେଫ୍ଟନାଣ୍ଟ ଅଦ୍ୱିତୀୟ ବଳଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୪ ଡେସେମ୍ବର ୨୦୨୧ରେ ରାଜସ୍ଥାନର ଜୟସେଲମେରରେ କ୍ରାସ ହୋଇଥିଲା । ଏହି ଦୁର୍ଘଟଣାରେ ଓ୍ଵିଙ୍ଗ କମାଣ୍ଡର ହର୍ଷିଦ ସକ୍ସେନା ସହିଦ ହୋଇଥିଲେ । ୨୫ ଅଗଷ୍ଟ ୨୦୨୧ରେ ରାଜସ୍ଥାନର ବାଡ଼ମେରରେ ବିମାନ କ୍ରାସ ହୋଇଥିଲା । ଏଥିରେ ପାଇଲଟ ସୁରକ୍ଷିତ ଭାବେ ବଞ୍ଚି ଯାଇଥିଲେ । ୧୨ ମେ ୨୦୨୧ରେ ରାଜସ୍ଥାନର ସୁରତଗଡ଼ ଏୟାରବେସରୁ ଉଡ଼ାଣ ଭରିବା ପରେ ପଞ୍ଜାବର ମେଗା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା ଏଥିରେ ୨୮ ବର୍ଷିୟ ସ୍ୱାଡେନ ଲିଡର ଅଭିଶେକ ଚୌଧୁରୀଙ୍କ ମୃତ୍ୟୁ ହୋଇଥିଲା । ୧୭ ମାର୍ଚ୍ଚ ୨୦୨୧ରେ ଗ୍ଵାଲିଅର ଏୟାର ବେସରୁ ଉଡ଼ାଣ ଭରିବା ପରେ ଦୁର୍ଘଟଣାର ଶିକାର ହୋଇଥିଲା ବିମାନ । ଗ୍ରୁପ କ୍ୟାପଟେନ ଆଶୀଷ ଗୁପ୍ତାଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୫ ଜାନୁୟାରୀ ୨୦୨୧ରେ ରାଜସ୍ଥାନର ସୁରତଗଡ଼ରେ ପୁଣି ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ମିଗ୍‌-21 କ୍ରାସ ହେବାର କାରଣ

ମିଗ୍‌-21 ଋଷ ଦ୍ୱାରା ନିର୍ମିତ ଏକ ପୁରୁଣା ଫାଇଟର ବିମାନ । ଏହାର ଇଞ୍ଜିନ ବହୁ ପୁରୁଣା ହୋଇଥିବା ବେଳେ ଏଥିରେ ବ୍ୟବହାର ହେଉଥିବା କୌଶଳ ମଧ୍ୟ ପୁରୁଣା । ଏହା ଏକ ସିଙ୍ଗର ଇଞ୍ଜିନ ବିମାନ ଓ ଏଥିରେ ଶୀଘ୍ର ନିଆଁ ମଧ୍ୟ ଲାଗି ଯାଇଥାଏ । ବହୁବାର ଯାଞ୍ଚରେ ସାମନାକୁ ଆସିଛି ଏହାର ଓ୍ଵିଣ୍ଡୋର ଡିଜାଇନରେ ତ୍ରୁଟି ରହିଛି । ଯାହାର କାରଣରୁ ଏହା ଦୁର୍ଘଟଣାର ଶିକାର ହେଉଛି ।

କାହିଁକି ଦିଆଯାଉନି ଅବସର

ନୂଆ ଫାଇଟର ବିମାନର ସାମିଲ କରିବାରେ ଡ଼େରି ହେବା କରାଣରୁ ଭାରତୀୟ ବାୟୁସେନା ମିଗ୍‌-21କୁ ଦୀର୍ଘ ଦିନରୁ ବ୍ୟବହାର କରି ଆସୁଛି । ସ୍ୱେଦେଶୀ ତେଜସରେ ଡେରି ଓ ରାଫେଲକୁ ନେଇ ରାଜନୈତିକ ବିବାଦ ଯୋଗୁଁ ଏହି ବିମାନ କିଣିବା ପ୍ରକ୍ରିୟାରେ ଡେରି ହେବା କାରଣରୁ ସେବାରୁ ନିବୃତ ପରେ ବି ଏହାକୁ ବ୍ୟବହାର କରାଯାଉଛି । ଭାରତୀୟ ବୁୟୁସେନା ଏହାକୁ ଧିର ଧିରେ ହଟାଇବାକୁ ଯୋଜନା ରଖିଛି । ଗତବର୍ଷ ଗୋଟିଏ ସ୍ୱାର୍ଡନକୁ ହଟାଇ ଦେଇଥିଲେ । ଅନ୍ୟ ତିନୋଟି ସ୍ୱାର୍ଡନକୁ ୨୦୨୫ ସୁଦ୍ଧା ହଟାଇବାକୁ ସେନା ଯୋଜନା ରଖିଛି ।

ମିଗ୍‌-21ର କିଛି କଥା

୬୦ ଦଶକରେ ନିର୍ମିତ ମିଗ୍‌-21 ସେ ସମୟର ସବୁଠୁ ଦ୍ରୁତ ବେଗରେ ଦଉଡ଼ୁଥିବା ପ୍ରଥମ ସୁପର ସୋନିକ ବିମାନ । ଏହାର ବ୍ୟବହାର ବିଶ୍ୱର ପ୍ରାୟ ୬୦ଟି ଦେଶରେ ହୋଇଥାଏ । ମିଗ୍‌-21 ସବୁଠୁ ଅଧିକ ତିଆରି ହୋଇଥିବା ଫାଇଟର ବିମାନ । ଏହି ବିମାର ୧୧ ହଜାର ୪୯୬ ୟୁନିଟକୁ ନିର୍ମାଣ କରାଯାଇଛି । ଏହା ଏକ ହାଲୁକା ସିଙ୍ଗଲ ପାଇଲଟ ଯୁଦ୍ଧ ବିମାନ । ଏହାର ଏକ ଅପଗ୍ରେଡେଡ ଭର୍ଜନ ମଧ୍ୟ ରହିଛି । ଯାହାକୁ ଆଗାମୀ ୨ବର୍ଷ ପର୍ଯ୍ୟନ୍ତ ଏହାର ବ୍ୟବହାର କରାଯାଇ ପାରିବ । ଏହାର ବ୍ୟବହାର କେବଳ ଭାରତୀୟ ବାୟୁସେନ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.