ଜନ୍ମ ମାଟିରେ ପହଁଚିଲା ସହିଦ ଯବାନ ତୁଷାରକାନ୍ତଙ୍କ ମର ଶରୀର, ଅଞ୍ଚଳରେ ଶୋକର ଛାୟା
ଜନ୍ମ ମାଟିରେ ପହଞ୍ଚିଲା ସହିଦ ଯବାନଙ୍କ ମର ଶରୀର। ସମଗ୍ର ଅଂଚଳରେ ଶୋକାକୂଳ ପରିବେଶ। କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ କାର୍ଯ୍ୟରତ ସିଆରପିଏଫ ଯବାନ ତୁଷାରକାନ୍ତଙ୍କ ଗତକାଲି ମୃତ୍ୟୁ ହୋଇଥିଲା। ଏହି ଖବର ଜଣାପଡିବା ପରେ ଜନ୍ମମାଟି ଯାଜପୁର ଜିଲ୍ଲା ବଡ଼ବାଲିକୁଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହୀଦ ଯବାନ ତୁଷାରକାନ୍ତଙ୍କ ଶେଷ କୃତ ସମ୍ପନ୍ନ ହୋଇଛି।
![soldier](https://knewsodisha.com/wp-content/uploads/2023/05/soldier.jpg)
ଯାଜପୁର (କେନ୍ୟୁଜ): ଜନ୍ମ ମାଟିରେ ପହଞ୍ଚିଲା ସହିଦ ଯବାନଙ୍କ ମର ଶରୀର। ସମଗ୍ର ଅଂଚଳରେ ଶୋକାକୂଳ ପରିବେଶ। କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ କାର୍ଯ୍ୟରତ ସିଆରପିଏଫ ଯବାନ ତୁଷାରକାନ୍ତଙ୍କ ଗତକାଲି ମୃତ୍ୟୁ ହୋଇଥିଲା। ଏହି ଖବର ଜଣାପଡିବା ପରେ ଜନ୍ମମାଟି ଯାଜପୁର ଜିଲ୍ଲା ବଡ଼ବାଲିକୁଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହୀଦ ଯବାନ ତୁଷାରକାନ୍ତଙ୍କ ଶେଷ କୃତ ସମ୍ପନ୍ନ ହୋଇଛି।
ସ୍ତ୍ରୀକୁ କଥା ଦେଇକି ଯାଇଥିଲେ ସାବିତ୍ରୀ ଓଷାକୁ ଆସିବେ। ଆସନ୍ତାକାଲି ଘରେ ପହଞ୍ଚିବା କଥା। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର। ଆଜି ଗାଁରେ ପହଞ୍ଚିଛି ତାଙ୍କ ମର ଶରୀର। ସହିଦ ଯବାନ ଭାଇକୁ ହରାଇ ଭଉଣୀ କାନ୍ଦି କାନ୍ଦି ଏକଥା କହୁଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ ବଡବାଲିକୁଦା ଗ୍ରାମର କଳ୍ପତରୁ ଦାସଙ୍କ ପୁଅ ତୁଷାରକାନ୍ତ ଦାସ। କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ 127 ବାଟାଲିଅନରେ କାର୍ଯ୍ୟରତ ସିଆରପିଏଫ ଯବାନ ତୁଷାରକାନ୍ତ ସୋମବାର ଦିନ ସହିଦ ହୋଇଛନ୍ତି।
ଆଜି ତାଙ୍କ ମରଶରୀର ଜନ୍ମ ମାଟିରେ ପହଂଚିବା ପରେ ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ମରଶରୀର ପହଞ୍ଚିବା ପରେ କଦମପାଳ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ଜନ୍ମ ସ୍ଥାନ ବଡ଼ବାଲିକୁଦା ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ସେଠାରେ ସହିଦ ଯବାନ ତୁଷାରକାନ୍ତଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ହଜାର ହଜାର ଲୋକେ ।
ତୁଷାରକାନ୍ତ ଗତ ୬ବର୍ଷ ହେବ ସିଆରପିଏଫରେ ଯୋଗଦେଇଥିଲେ। ଗତ ୧୦ମାସ ହେବ ସେ ବିବାହ କରିଥିଲେ। କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ 127 ବାଟାଲିଅନରେ ତାଙ୍କୁ ନିଯୁକ୍ତି ମିଳିଥିଲା। ଗତକାଲି ଡ୍ୟୁଟିରେ ଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ସୂଚନା ଆସିଥିଲା।
ତୁଷାରଙ୍କର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଶୋକା କୂଳ ହୋଇପଡିଛି ସମଗ୍ର ଅଞ୍ଚଳ। ନିଜ ଜନ୍ମମାଟିରେ ସହିଦ ଯବାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି।