Below header

ନୟାଗଡ଼ ଚାନ୍ଦପୁରରେ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହ 5T ସଚିବ

ନୟାଗଡ଼: ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର ବସନ୍ତମଝରୀ ସ୍ୱାସ୍ଥ୍ୟ ନିବାସରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଗସ୍ତ କରିଛନ୍ତି 5T ସଚିବ । ତାଙ୍କ ସହିତ ସଚିବ ସୁରେଶ ମହାପାତ୍ର, ଜିଲ୍ଲାପାଳ ପୋମା ଟୁଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ଵତ ମହାପାତ୍ର, ଚାନ୍ଦପୁର କୋବିଡ୍ ହସ୍ପିଟାଲର ମୁଖ୍ୟ ଚିକତ୍ସାଧିକାରୀ ବି. ସୁରିୟା ରାଓ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

padiyanଏହି ହସ୍ପିଟାଲ ପରିସରରେ ୧୬୦ ଶଯ୍ୟା ବିଶିଷ୍ଟ ଡେଡିକେଟେଡ କୋଭିଡ ହେଲଥ୍ ସେଣ୍ଟର ମଧ୍ୟ କାର୍ଯ୍ୟ କରୁଛି । ଏଠାରେ ଜିଲ୍ଲାର ସନ୍ଦିଗ୍ଧ କରୋନା ରୋଗୀ କିମ୍ବା କୌଣସି କରୋନା ପଜିଟିଭ୍ ରୋଗୀ ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ନୟାଗଡ଼ ଜିଲ୍ଲାର କରୋନା ଆକ୍ରାନ୍ତମାନେ ଚିକିତ୍ସିତ ହୋଇପାରିବେ। ଏଥିସହ ହସ୍ପିଟାଲରେ ୧୩ ଜଣ ଡାକ୍ତର ସହ ପର୍ଯ୍ୟାପ୍ତ ପରିମାଣର ନର୍ସ ଓ ଟେକ୍ନିକାଲ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ହସ୍ପିଟାଲରେ ଆମ୍ବୁଲାନ୍ସ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସହ ଦୁଇ ଶହ ଶଯ୍ୟା ବିଶିଷ୍ଟ କ୍ଷମତା ଏଠାରେ ଥିବା ବେଳେ ପ୍ରାଥମିକ ସ୍ତରରେ ଏକ ଶହ ୧୦୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଆରମ୍ଭ କରାଯାଇଛି । ଆବଶ୍ୟକ ପଡ଼ିଲେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସମିଟ ଜରିଆରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.