Below header

ଭାରତର ସେହି ମନ୍ଦିର, ଯାହା ରାବଣର ଏକମାତ୍ର ଭୁଲ ଯୋଗୁଁ ହୋଇଥିଲା ସ୍ଥାପିତ

ଭାରତରେ ଅନେକ ପ୍ରାଚୀନ ମନ୍ଦିର ରହିଛି, ଯାହାର ସଂପର୍କ କୌଣସି ପୁରାତନ ଯୁଗ କିମ୍ବା ଅନ୍ୟ ଯୁଗ ସହିତ ରହିଛି କିମ୍ବା ଏହି ମନ୍ଦିରର ଇତିହାସ ହଜାର ବର୍ଷ ପୁରୁଣା। ଆଜି ଆମେ ଏମିତି ଏକ ମନ୍ଦିର ବିଷୟରେ ଜଣାଇବୁ, ଯାହାର ଇତିହାସ ରାମାୟଣ ସହିତ ଜଡିତ। ଖାସ୍‌ କରି ରାବଣ ସହିତ । ଏହି ମନ୍ଦିର କର୍ନାଟକର କନ୍ନଡ ଜିଲ୍ଲାର ଭଟକଲ ତହସିଲରେ ରହିଛି। ଯାହା ତିନି ପଟରୁ ଆରବ ସାଗର ଦ୍ୱାରା ଘେରି ହୋଇ ରହିଛି। ସମୁଦ୍ର ତଟରେ ରହିଥିବା ବେଳେ ଏହି ମନ୍ଦିରର ଆଖପାଖ ଦେଖିବାକୁ ବହୁତ ସୁନ୍ଦର।

shiva

ଏହି ମନ୍ଦିରର ନାମ ମୁରୁଦେଶ୍ୱର ମନ୍ଦିର, ଯାହା ଭଗବାନ ଶିବଙ୍କୁ ସମର୍ପିତ। ଭଗବାନ ଶିବଙ୍କ ଅନ୍ୟ ନାମ ଅନୁଯାୟୀ ଏହି ମନ୍ଦିରର ନାମ ମୁରୁଦେଶ୍ୱର ରଖାଯାଇଛି। ଏହି ମନ୍ଦିରର ଏକ ସ୍ୱତନ୍ତ୍ରତା ରହିଛି। ଏଠାରେ ମନ୍ଦିର ପରିସର ଭିତରେ ଏକ ବିଶାଳ ଶିବ ମୂର୍ତ୍ତି ସ୍ଥାପନା କରାଯାଇଛି, ଯାହା ଦୁନିଆର ଦ୍ୱିତୀୟ ସବୁଠାରୁ ବଡ ଏବଂ ଉଚ୍ଚ ଶିବ ପ୍ରତିମା ମୂର୍ତ୍ତି ମଧ୍ୟରେ ଅନ୍ୟତମ।

ଏଠାରେ ଥିବା ବିଶାଳ ଶିବମୂର୍ତ୍ତିର ଉଚ୍ଚତା ପାଖାପାଖି ୧୨୩ ଫୁଟ। ଏହାକୁ ଏପରି ନିର୍ମାଣ କରାଯାଇଛି ଯେ, ଦିନଯାକର ସୂର୍ଯ୍ୟକିରଣ ଏହା ଉପରେ ପଡିଥାଏ। ଯେଉଁଥି ପାଇଁ ମୂର୍ତ୍ତିଟି ସବୁବେଳ ଚମକୁଥାଏ। ଏହାକୁ ନିର୍ମାଣ କରିବା ପାଇଁ ପାଖାପାଖି ୨ ବର୍ଷ ସମୟ ଲାଗିଥିଲା ଏବଂ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହାକୁ ଦେଖିବା ପାଇଁ କେବଳ ଭାରତ ନୁହେଁ ବରଂ ବିଦେଶରୁ ମଧ୍ୟ ଅନେକ ସଂଖ୍ୟକ ଲୋକ ଆସନ୍ତି।

11

ଏହି ମନ୍ଦିରରେ ଭଗବାନ ଶିବଙ୍କ ଆତ୍ମାଲିଙ୍ଗ ମଧ୍ୟ ସ୍ଥାପିତ ହୋଇଛି। ପୌରାଣିକ କଥା ଅନୁସାରେ, ରାବଣ ଯେତବେଳେ ଅରମ ବର ପାଇବା ପାଇଁ ଭଗବାନ ଶିକୁ ତପସ୍ୟା କରୁଥିଲା, ସେତେବେଳେ ଶିବ ତାଙ୍କ ତପସ୍ୟାରେ ଖୁସ ହୋଇ ଏକ ଶିବଲିଙ୍ଗ ପ୍ରଦାନ କରିଥିଲେ, ଯାହାକୁ ଆତ୍ମାଲିଙ୍ଗ କୁହାଯାଏ। ଆଉ କହିଥିଲେ, ଯଦି ତୁମେ ଅମରତ୍ୱ ପାଇବାକୁ ଚାହୁଁଛ ତେବେ ଏହି ଲିଙ୍ଗକୁ ନେଇ ଲଙ୍କାରେ ସ୍ଥାପନା କରିଦିଏ, କିନ୍ତୁ ଗୋଟେ କଥା ଧ୍ୟାନ ରଖ, ଯଦି ଏହାକୁ ଅଲଗା କୌଣସି ସ୍ଥାନରେ ରଖିବ ତେବେ ସେ ସେଠାରେ ସ୍ଥାପିତ ହୋଇଯିବ। ଭଗବାନ ଶିବଙ୍କ କଥାନୁସାରେ ରାବଣ ଶିବଲିଙ୍ଗୁ ନେଇ ଲଙ୍କା ଯାଉଥିବା ସମୟରେ ଏହାକୁ ସେହି ସ୍ଥାନରେ ରଖି ଦେଇଥିଲେ। ଏବଂ ଆତ୍ମାଲିଙ୍ଗ ସେଠାରେ ସ୍ଥାପନା ହୋଇଗଲା। ଏହା ଦେଖି ରାବଣକୁ କ୍ରୋଧ ଆସିଗଲା ଏବଂ ସେ ସେହି ଆତ୍ମାଲିଙ୍ଗକୁ ନଷ୍ଟ କରିବାକୁ ପ୍ରୟାସ କରିଥିଲା। ଏହି ସମୟରେ ଯେଉଁ ବସ୍ତ୍ରରେ ଶିବଲିଙ୍ଗ ଘୋଡାଇ ହୋଇଥିଲା, ତାହା ମିଦ୍ରେଶ୍ୱରର କନ୍ଦୁକା ପର୍ବତରେ ଯାଇ ପଡିଲା। ମିଦ୍ରେଶ୍ୱରକୁ ଏବେ ମୁରୁଦେଶ୍ୱର ନାମରେ ଜଣାଶୁଣା। ଶିବ ପୁରୁଣାରେ ଏହି ବିଷୟରେ ବିସ୍ତତ ଭାବେ ବର୍ଣ୍ଣନା କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.