ଲକ୍‌ଡାଉନ୍‌ର ୪୫ ଦିନ ପରେ ଟ୍ଵିନ୍‌ ସିଟିରେ କାମ ଆରମ୍ଭ: ଚାଲିଛି ନିର୍ମାଣ କାର୍ଯ୍ୟ, ଖୋଲିଲାଣି ଗ୍ୟାରେଜ୍‌

ଭୁବନେଶ୍ବର: ଜୀବନ ଜୀବିକା ପଥରେ ଲୋକେ । ଲକ୍‌ଡାଉନ୍‌ ଯୋଗୁ ସବୁ କିଛି ବନ୍ଦ ଥିଲା । ଏବେ ଲକ୍‌ଡାଉନ୍‌ ବଳବତ୍ତର ଥିଲେ ମଧ୍ୟ କିଛି ସ୍ଥାନରେ କାମ ଆରମ୍ଭ ହେଲାଣି । କଟକଣା ଭିତରେ ଲୋକେ ଦୋକାନ ଖୋଲୁଛନ୍ତି । ଲକ୍‌ଡାଉନ୍‌ର ୪୫ ଦିନ ପରେ ଟ୍ଵିନ୍‌ ସିଟିରେ ମଧ୍ୟ ବିଭିନ୍ନ ଦୋକାନ ଖୋଲିଲାଣି । ଆରମ୍ଭ ହେଲାଣି ଗ୍ୟାରେଜ୍‌ କାମ । ଲୋକେ ଗ୍ୟାରେଜ୍‌ରେ ଆସି ଗାଡି ମରାମତି କରୁଛନ୍ତି ।

work ସେହିପରି ଟ୍ଵିନ୍‌ ସିଟିରେ ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଛି । ଅଧା ହୋଇ ପଡ଼ି ରହିଥିବା ନିର୍ମାଣ କାମ ଏବେ ପୁଣି ଥରେ ଆରମ୍ଭ ହେଲଣି । ଲକ୍‌ଡାଉନ୍‌ ଯୋଗୁ ଦୈନ୍ୟନ୍ଦିନ ରୋଜଗାର କରି ଚଳୁଥିଲା ଶ୍ରମିକ ଓ ଦୋକାନୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ କଟକଣା ସାମାନ୍ୟ କୋହଳ ହେବା ପରେ ପୂର୍ବ ପରି କାମ ଆରମ୍ଭ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.