Below header

କାମାକ୍ଷାନଗରରେ ଅଭାବନୀୟ ଘଟଣା: ବାଣ ବିସ୍ଫୋରଣରେ ପୋଡି ୩ ଗୁରୁତର ଶିଶୁଙ୍କ ମଧ୍ୟରୁ ୨ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ଗାଁରେ ବଡ଼ ଧରଣର ଅଗ୍ନିକାଣ୍ଡ । ବାଣ ବିସ୍ଫୋରଣ ଯୋଗୁ ନିଆଁ ଲାଗି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ତିନି ଜଣ ଶିଶୁ ସୋଗର ଗାଁ ନୂଆସାହିର ସରୋଜ ସାହୁଙ୍କ ଘରେ ଖେଳୁଥିଲେ । ଘରେ ଥିବା ବାଣ କୌଣସି କାରଣରୁ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଦୁଇ ମହଲା ଘରର ଛାଡ ଉଡିଯାଇଥିଲା । ଘର ଭିତରେ ଥିବା ଶିଶୁଙ୍କ ମଧ୍ୟରୁ ପ୍ରଥମେ ଦୁଇ ଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.