Below header

ଭୁଲରେ ବି ନିଜ ଚେହେରାରେ କରନ୍ତୁ ନାହିଁ ଏହି ୪ ଟି ଜିନିଷର ବ୍ୟବହାର, ନଚେତ ନଷ୍ଟ ହୋଇ ଯାଇପାରେ ଆପଣଙ୍କ ତ୍ୱଚା

ସମସ୍ତେ ଚାହାନ୍ତି ତାଙ୍କ ଚେହେରା କିପରି ସଫା ଓ ସୁନ୍ଦର ହେଉ । ନିଜକୁ ଆକର୍ଷଣୀୟ କରି ଗଢିବା ପାଇଁ ଲୋକେ ହଜାର ହଜାର ଟଙ୍କା ବ୍ୟୟ କରିବାକୁ ଜମା ବି ପଛଘୁଞ୍ଚା ଦିଅନ୍ତି ନାହିଁ । କିନ୍ତୁ ଆପଣ କେବେ ଭାବିଛନ୍ତିକି ଆପଣ ନିଜ ଚେହେରାରେ କଣ ବ୍ୟବହାର କରିବା ଉଚିତ ଓ କେଉଁଟା ବ୍ୟବହାର କରିବା ଅନୁଚିତ । ଅନେକ ଥର ଆମେ ଅଜାଣତରେ ଏମିତି କିଛି ଭୁଲ କରି ବସୁ, ଯାହା ଦ୍ୱାରା ଆମ ଚେହେରାର ଖୁବ କ୍ଷତି ହୋଇଥାଏ । ଆମେ ଆଜି ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାର ବ୍ୟବହାର ଭୁଲରେ ବି ନିଜ ଚେହେରାରେ କରିବା ଉଚିତ ନୁହେଁ ।

Reasons why you should not use soap on your face - lifealth

ସାବୁନ:

ଶୀତ ଦିନ ହେଉ ଅବା ଗ୍ରୀଷ୍ମ ଦିନ, କୌଣସି ଋତୁରେ ବି ଭୁଲରେ ସାବୁନର ବ୍ୟବହାର କରିବା ଅନୁଚିତ । ଏହା ଚେହେରାର ରୁକ୍ଷତା ବଢ଼ାଇଥାଏ । ଯାହା ଫଳରେ ଆପଣଙ୍କ ସ୍କିନ ଟାଣିବା ପରି ଅନୁଭବ ହେବା ସହ ନିଜ ପ୍ରାକୃତିକ ଉଜ୍ଜଳତ ବି ହରାଇ ବସେ ।

face

ବଡ଼ି ଲୋସନ:

କିଛି ଲୋକ ନିଜ ହାତ, ଗୋଡ଼ରେ ବଡ଼ି ଲୋସନ ଲଗାଇବା ସହ ନିଜ ଚେହେରାରେ ବି ଲଗାଇ ବସନ୍ତି । ଚେହେରାରେ ସବୁବେଳେ ଫେସ କ୍ରିମର ବ୍ୟବହାର କରିବା ଉଚିତ । କାରଣ ମୁହଁର ତ୍ୱଚା ଶରୀରର ଅନ୍ୟ ଭାଗର ତ୍ୱଚା ଠାରୁ ଭିନ୍ନ ହୋଇଥାଏ । ତେଣୁ ଏଥି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

faceଟୁଥପେଷ୍ଟ:

କିଛି ଲୋକ ଚେହେରାରେ ଉଠୁଥିବା ପିମ୍ପଲସ ଆଦିକୁ ହଟାଇବା ପାଇଁ ଦାନ୍ତଘସା ଟୁଥପେଷ୍ଟ ବ୍ୟବହାର କରିଥାନ୍ତି । କିନ୍ତୁ ଏମିତି କରିବା ଦ୍ୱାରା ତ୍ୱଚା କ୍ଷତିଗ୍ରସ୍ତ ହୋଇଥାଏ । ଯଦିବା ଏହା ପିମ୍ପଲସ ଦୂର କରିଥାଏ, ମୁଖମଣ୍ଡଳ ତ୍ୱଚାକୁ ରୁକ୍ଷ କରିଦିଏ | ବ୍ରଣ ହଟାଇବା ପାଇଁ ନିଜ ଡାଏଟ ଉପରେ ଧ୍ୟାନ ଦେବା ଉଚିତ ।

ଶାମ୍ପୁ:

ଚୁଟି ସଫା କରିବା ସମୟରେ ଧ୍ୟାନ ଦିଅନ୍ତୁକି, ଯେପରି ଶାମ୍ପୁ ଆପଣଙ୍କ ମୁହଁରେ ବେଶୀ ସମୟ ନଲାଗେ । ଏହା ଫଳରେ ଆପଣଙ୍କ ତ୍ୱଚା ଶୁଷ୍କ ହେବା ସହ ତ୍ୱଚା ରଙ୍ଗ ବି ମଳିନ ପଡ଼ିଯାଏ । ଶାମ୍ପୁରେ ଥିବା କ୍ୟାମିକାଲସ ତ୍ୱଚା ପାଇଁ ଆଦୌ ଠିକ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.