ଏହି ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ପାକିସ୍ତାନ କ୍ରିକେଟର ଅବ୍ଦୁଲ ରାଜାକ୍‌ ! ଜାଣନ୍ତୁ ପ୍ରକୃତ ସତ୍ୟ

ବାହୁବଳୀ ଫେମ୍‌ ତମନ୍ନା ଭାଟିଆ ପାକିସ୍ତାନ କ୍ରିକେଟର ଅବ୍ଦୁଲ ରାଜାକ୍‌କୁ ବିବାହ କରିପାରନ୍ତି। କିନ୍ତୁ ତମନ୍ନା ଏପର୍ଯ୍ୟନ୍ତ ବିବାହ ନୁହେଁ କେବଳ ନିଜ କ୍ୟାରିଅର ଉପରେ ଧ୍ୟାନଦେଉଛନ୍ତି। ନିକଟରେ ଅବ୍ଦୁଲ ରାଜାକଙ୍କ ସହିତ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା, ଯାହାକୁ ଦେଖି ଏପରି ଅନୁମାନ କରାଯାଉଛି।

razak

କଥା କ’ଣ କି, ଏହି ଫଟୋ ଦୁବାଇର ରହିଥିଲା। ୨୦୧୭ରେ ଏକ ଜୁଏଲାରୀ ଦୋକାନର ଆରମ୍ଭ ହେବା ସମୟରେ ଦୁହେଁ ମୁଖ୍ୟ ଅତିଥି ଭାବେ ନଜର ଆସିଥିଲେ। ତମନ୍ନାଙ୍କୁ ନେଇ ଏହା କୌଣସି ନୂଆ ଚର୍ଚ୍ଚା ନୁହେଁ, ପୂର୍ବରୁ ତମନ୍ନାଙ୍କୁ ନେଇ ଏପରି ଅନେକ ଚର୍ଚ୍ଚା ହୋଇଛି। କିନ୍ତୁ ଏଥର ଏହି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଛିଦିନ ତଳେ ଏହି ଫଟୋକୁ ନେଇ ଅଭିନେତ୍ରୀ ଜଣକ ଏପରି ୁତ୍ତର ଦେଇଥିଲେ ଯେ, ସମସ୍ତେ ଅବାକ୍‌ ରହିଯାଇଥିଲେ। ତମନ୍ନା କହିଥିଲେ, ଆପଣମାନେ କେବେ ବେଳେ କୌଣସି ଅଭିନେତା, କେତେ ବେଳେ କୌଣସି କ୍ରିକେଟର ଆଉ କେତେ ବେଳେ ଡାକ୍ତରଙ୍କୁ ନେଇ ମୋ ନାମରେ ଅନେକ ଚର୍ଚ୍ଚା କରୁଛନ୍ତି। ଯଦି ଆପଣଙ୍କୁ ଏପରି କରୁଛନ୍ତି, ତେବେ ମୋର କିଛି କହିବାର ନାହିଁ। ମୋତେ ଏପରି ଗୁଜବରୁ କୌଣସି ଫରକ ପଡେ ନାହିଁ। ଏବେ ତମନ୍ନା ଲକ୍‌ଡାଉନ ଯୋଗୁଁ ଘରେ ରହିଛନ୍ତି। ଏଥିପାଇଁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହି ଫ୍ୟାନଙ୍କୁ କରୋନା ବିଷୟରେ ସଚେତନତା କରୁଛନ୍ତି। ଏହାଛଡା ଅନେକ ଭିଡିଓ ଏବଂ ଫଟୋ ମଧ୍ୟ ସେୟାର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.